ନୂଆଦିଲ୍ଲୀ,୨୯।୭: ଭାତତୀୟ ରେଲ୍ଓ୍ବେ ପକ୍ଷରୁ ଜମ୍ମୁରେ ଦେଶର ପ୍ରଥମ କେବଲ ବ୍ରିଜ୍ ନିର୍ମାଣ କରାଯାଉଛି। କଟ୍ରା ଏବଂ ରିୟାସୀ ମଧ୍ୟରେ କେବଲ ଉପରେ ଏହି ରେଳ ବ୍ରିଜ କୁ ସ୍ଥାପନ କରାଯାଉଥିବା ସୂଚନା ରହିଛି। ଉକ୍ତ ବ୍ରିଜ୍ ଉଦ୍ଧମପୁର-ଶ୍ରୀନଗର- ବାରମୂଳା ରେଳ ଲିଙ୍କ୍ ପରିଯୋଜନାର ଏକ ଅଂଶ। ଉକ୍ତ ଯୋଜନାଟି କାର୍ଯ୍ୟକ୍ଷମ ହେଲେ ଜମ୍ମୁ କଶ୍ମୀରକୁ ରେଳ ସଂଯୋଗ ଆହୁରି ତ୍ୱରାନ୍ବିତ ହେବ। ଏହା ରାଜ୍ୟର ବିକାଶ ଦିଗରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରଖିବ ବୋଲି ରେଲଓ୍ବେ ପକ୍ଷରୁ ସୂଚନା ରହିଛି।