ଲଣ୍ଡନରେ ପହଞ୍ଚିଲେ ଏହି ଦମ୍ପତି, ପାଳନ କରିବେ ପ୍ରଥମ ବିବାହ ବାର୍ଷିକୀ

ମୁମ୍ବାଇ: ଅଭିନେତ୍ରୀ ଦିଶା ପରମାର, ସ୍ବାମୀ ତଥା ଗାୟକ ରାହୁଲ ବୈଦଙ୍କ ବିବାହକୁ ଜୁଲାଇ ୧୬ରେ ବର୍ଷେ ପୂରିବ। ସେଥିପାଇଁ ଏହି ଦମ୍ପତି ଲଣ୍ଡନରେ ପହଞ୍ଚିଛନ୍ତି। ଇନ୍‌ଷ୍ଟାଗ୍ରାମରେ ଏହି ଛୁଟି ବିଷୟରେ ସୂଚନା ଦେଇଛନ୍ତି ଦିଶା। ସ୍କଟଲ୍ୟାଣ୍ଡର ଗ୍ଲାସ୍‌ଗୋରେ ଫଟୋଟି ଉଠାଯାଇଛି। ରାହୁଲ ଟ୍ରେନ୍‌ ଯାତ୍ରାର କିଛି ଭିଡିଓ ଏବଂ ଫଟୋ ବି ଶେୟାର କରିଛନ୍ତି, ଯାହା ସେ ତାଙ୍କ ଇନ୍‌ଷ୍ଟାଗ୍ରାମ ଷ୍ଟୋରୀରେ ପୋଷ୍ଟ କରିଛନ୍ତି। ଏହି ବିଶେଷ ଦିନ ପାଳନ କରିବାକୁ ଦିଶା ତାଙ୍କର ଶୋ’ ‘ବଡ଼େ ଅଛେ ଲଗ୍‌ତେ ହୈ’ରୁ କିଛିଦିନ ପାଇଁ ଛୁଟି ନେଇଛନ୍ତି।

ଗତ ବର୍ଷ ଜୁଲାଇ ୧୬ରେ ଦିଶା-ରାହୁଲ ପରିବାର ଏବଂ ବନ୍ଧୁମାନଙ୍କ ଉପସ୍ଥିତିରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ରିୟାଲିଟି ଶୋ’ ‘ବିଗ୍‌ ବସ୍‌’ରେ ରାହୁଲ ଦିଶାଙ୍କୁ ପ୍ରପୋଜ କରିଥିଲେ। ଯାହା ପରେ ଏହି ଯୋଡ଼ି ଏକାଠି ସମୟ ବିତାଉଥିବା ନଜର ଆସିଥିଲେ। ପରେ ବିବାହ କରିଥିଲେ।

Share