ଏମିତି ବିବାହ ବାର୍ଷିକୀ ପାଳନ କଲେ ଏହି ଯୋଡ଼ି

ମୁମ୍ବାଇ: ବଲିଉଡ୍‌ର ପ୍ରସିଦ୍ଧ ଗାୟିକା ନେହା କକ୍କର- ରୋହନପ୍ରୀତ୍‌ଙ୍କ ବିବାହକୁ ବର୍ଷେ ପୂରିଛି। ଅକ୍ଟୋବର ୨୪ରେ ନେହା ଏବଂ ରୋହନପ୍ରୀତ୍‌ ସେମାନଙ୍କର ପ୍ରଥମ ବିବାହ ବାର୍ଷିକୀ ପାଳନ କରିଥିଲେ। ଏହି ଅବସରରେ ଏହି ଯୋଡ଼ି ରାଜସ୍ଥାନର ଉଦୟପୁର ଯାଇଛନ୍ତି।

ନେହା ଏବଂ ରୋହନପ୍ରୀତ୍‌ ବିବାହ ବାର୍ଷିକୀ ପାଳନର କିଛି ଫଟୋ ସୋସିଆଲ ମିଡିଆରେ ପ୍ରଶଂସକମାନଙ୍କ ପାଇଁ ଶେୟାର କରିଛନ୍ତି। ଯେଉଁଥିରେ ନେହା-ରୋହନ ରୋମାଣ୍ଟିକ ପୋଜ୍‌ରେ ନଜର ଆସିଛନ୍ତି। କିଛି ଫଟୋରେ ନେହା ଏବଂ ରୋହନ ପରସ୍ପରକୁ ସ୍ନେହରେ ଆଲିଙ୍ଗନ କରୁଥିବାବେଳେ କିଛି ଫଟୋରେ ସେମାନେ ପରସ୍ପର ଆଖି ମିଶାଇ ଚାହିଁଛନ୍ତି। ଉଭୟେ ବିବାହ ବାର୍ଷିକୀକୁ ରାଜକୀୟ ଢଙ୍ଗରେ ପାଳନ କରିଥିବା ସ୍ପଷ୍ଟ ଜଣାପଡୁଛି।

ଏକ ଫଟୋରେ ନେହା ଏବଂ ରୋହନ ହ୍ରଦ ମଝିରେ ଏକ ଡଙ୍ଗାରେ ବସିଛନ୍ତି। ସମାନଙ୍କ ଚାରିପାଖରେ ଅନେକ ସୁନ୍ଦର ଦୃଶ୍ୟ ଅଛି। ଏହି ଡଙ୍ଗାରେ ଏକ ଖାଇବା ଟେବୁଲ ମଧ୍ୟ ରଖାଯାଇଛି ଏବଂ କିଛି ଲୋକ ଠିଆ ହୋଇଛନ୍ତି ଯେଉଁମାନେ ସେମାନଙ୍କର ଡଙ୍ଗା ଚଳାଉଛନ୍ତି। ଏହି ଫଟୋଗୁଡ଼ିକରେ ନେହାଙ୍କୁ ଭାରତୀୟ ଲୁକ୍‌ରେ ଦେଖିବାକୁ ମିଳିଥିବାବେଳେ ରୋହନ ଜିନ୍ସ ଏବଂ ଶର୍ଟରେ ନଜର ଆସିଛନ୍ତି।

ନେହୁ ଇନ୍‌ଷ୍ଟାଗ୍ରାମରେ ଫଟୋ ଶେୟାର କରି କ୍ୟାପଶନ ଲେଖିଛନ୍ତି, ‘ଆମର ପ୍ରଥମ ବିବାହ ବାର୍ଷିକୀ ଏହିପରି। ସମସ୍ତଙ୍କୁ ଧନ୍ୟବାଦ, ଯେଉଁମାନେ ଆମକୁ ସ୍ବତନ୍ତ୍ର ଅନୁଭବ କରିଛନ୍ତି। ଆପଣମାନଙ୍କ ଆଶୀର୍ବାଦ, ପୋଷ୍ଟ, କାହାଣୀ, ବାର୍ତ୍ତା ଏବଂ ଅନେକ ଭଲପାଇବା ସବୁକିଛି ଆମକୁ ବହୁତ ଖୁସି କଲା ’। ନେହାଙ୍କ ଫଟୋରେ ତାଙ୍କ ଭାଇ ଟନି କକ୍କର ଏବଂ ଭଉଣୀ ସୋନୁ କକ୍କର ବିବାହ ବାର୍ଷିକୀର ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି।

Share