Categories: ଜାତୀୟ

ପୋଲିସ ସାଜିଲା ବରଯାତ୍ରୀ, ଥାନାରେ ବିବାହ କଲେ ପ୍ରେମୀଯୁଗଳ

ଭୋପାଳ,୧।୪: ହୋଶଙ୍ଗାବାଦର ମାଲଓ୍ବା ଥାନା ଅଞ୍ଚଳରେ ଏକ ବିବାହ ଚର୍ଚ୍ଚାରେ ରହିଛି। ଏଠାରେ ପ୍ରେମୀଯୁଗଳ ଥାନାରେ ବିବାହ କରିଛନ୍ତି। ପୋଲିସ ବରଯାତ୍ରୀ ଭାବରେ ଯାଇଥିବା ବେଳେ ପ୍ରେମୀଯୁଗଳ ପରସ୍ପରକୁ ହୋଲି ଅବସରରେ ରଙ୍ଗ ଲଗାଇବା ପରେ ବରଣମାଳା ପିନ୍ଧାଇଥିଲେ। ଥାନା ପରିସର ମଣ୍ଡପ ହୋଇଥିଲା। ଏସ୍‌ଡିଓପି ଥାନା ପ୍ରଭାରୀ ଏବଂ ପରିଜନଙ୍କ ଉପସ୍ଥିତିରେ ଏହି ବିବାହ ସମ୍ପନ୍ନ ହୋଇଥିଲା। ପୋଲିସ ସାମ୍ନାରେ ପ୍ରେମୀଯୁଗଳ ଶପଥ ନେଇଥିଲେ।

ପୂର୍ବରୁ ଝିଅ ଘର ଲୋକେ ଏହି ବିବାହରେ ରାଜି ହେଉ ନ ଥିଲେ। ଝିଅକୁ ମାରପିଟ୍‌ କରୁଥିଲେ। ଫଳରେ ମାମଲା ଥାନାରେ ପହଞ୍ଚିଥିଲା। ପୋଲିସ ଉଭୟ ପକ୍ଷଙ୍କୁ ଡାକି ମାମଲାର ସମାଧାନ କରିଥିଲା। ଆତ୍ମୀୟ ସ୍ବଜନଙ୍କ ଉପସ୍ଥିତିରେ ଦୁହେଁ ଦୁହିଁଙ୍କ ଜୀବନ ସାଥୀ ହୋଇଥିଲେ।

Share