ତହସିଲଦାରଙ୍କ ଉପସ୍ଥିତିରେ ବିବାହ କଲେ ପ୍ରେମୀଯୁଗଳ

କୋକସରା,୧ା୬(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ତହସିଲ କାର୍ଯ୍ୟାଳୟରେ ବୁଧବାର ପ୍ରେମୀଯୁଗଳଙ୍କ ବିବାହ ହୋଇଛି। ବିବାହ ବନ୍ଧନରେ ବାନ୍ଧି ହୋଇଥିବା ପ୍ରେମୀଯୁଗଳ ହେଲେ ଧନସରା ଗ୍ରାମର ଖଗେଶ୍ୱର ସତନାମୀଙ୍କ ଝିଅ ଚାରୁକଳା (୨୦) ଓ ଭୋଳାନାଥ ନାଏକଙ୍କ ପୁଅ ସୁଶାନ୍ତ (୨୯)। ଝିଅ ଓ ପୁଅ ଦୁହେଁ ଗୋଟିଏ ଜାତିର ହୋଇ ନ ଥିବାରୁ ପୁଅ ଘର ଲୋକେ ବିବାହ ପାଇଁ ବାରଣ କରିଥିଲେ। ପରେ ଉଭୟ ଘର ଛାଡି ଫେରାର ହୋଇ ଯାଇଥିଲେ। ପୁଅ ଘର ଲୋକେ ସେତେବେଳେ ଖୋଜା ଖୋଜି କରି ଦୁହିଁଙ୍କୁ ଅଲଗା କରିଦେଇଥିଲେ। ପୁଅ ଘର ଲୋକ ଝିଅକୁ ଗ୍ରହଣ ନ କରିବାରୁ ଝିଅ ପରିବାର ଲୋକେ ଥାନାର ଦ୍ୱାରସ୍ଥ ହେବା ପରେ ପୁଅ ଜେଲ୍‌ ମଧ୍ୟ ଯାଇଥିଲେ। ଉଭୟ ଆଇନ ଅନୁଯାୟୀ ଆଜି ରେଜିଷ୍ଟ୍ରି ବିବାହ କୋକସରା ତହସିଲଦାର ମନୋଜ କୁମାର ପାଢ଼ୀଙ୍କ ଉପସ୍ଥିତିରେ କରିଛନ୍ତି। ଏହି ସମୟରେ ଭୁକଚନ ସତନାମୀ, ପରମାନନ୍ଦ ସତନାମୀଙ୍କ ସମେତ ଉଭୟଙ୍କ ପରିବାର ଲୋକ ଉପସ୍ଥିତ ରହିଥିଲେ। ବିବାହ ବନ୍ଧନରେ ବାନ୍ଧି ହେବା ପରେ ଉଭୟ ବେଶ୍‌ ଖୁସି ହେବା ସହ ସମସ୍ତଙ୍କ ଆଶୀର୍ବାଦ ନେଇଛନ୍ତି।

Share