Categories: ଫୁରସତ

ମଝି ଆକାଶରେ ଉଡ଼ି ସମ୍ପର୍କ ରଖିଲେ ପ୍ରେମୀଯୁଗଳ, ପରେ ଘଟିଲା ଏମିତି…

ପାରାଚ୍ୟୁଟ ସାହାଯ୍ୟରେ ଆକାଶରେ ଉଡ଼ିବା କଥା ସମସ୍ତେ ଜାଣନ୍ତି। ମାତ୍ର ଏଥର ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ପ୍ରେମୀଯୁଗଳ ମଝି ଆକାଶରେ ସମ୍ପର୍କ ରଖିବା ମହଙ୍ଗା ପଡ଼ିଛି। ଫଳରେ ଉଭୟଙ୍କୁ ଡାକ୍ତରଖାନା ଯିବାକୁ ପଡ଼ିଛି।

ଏକ ରିପୋର୍ଟ ଅନୁଯାୟୀ, ଏହି ପ୍ରେମୀଯୁଗଳ ଆକାଶରେ ସ୍କାଏ ଡାଇଭିଂ କରୁଥିଲେ। ଏମାନେ ନିଜେ ଏହି କଥା ପ୍ରକାଶ କରିଛନ୍ତି। ଯେତେବେଳେ ତାଙ୍କ ପାରାଚ୍ୟୁଟ୍‌ ଖୋଲିଲା ନାହିଁ ଏବଂ ଶେଷରେ ତାଙ୍କୁ ଡାକ୍ତରଖାନା ଯିବାକୁ ପଡ଼ିଲା।

ବ୍ରିଟେନସ୍ଥିତ ଟିଏଏସିର ଏକ ସାକ୍ଷାତକାରରେ ଓ୍ବିଲିୟମ ଏବଂ ଲେସ୍‌ଲି ଏହି ଘଟଣା ବିଷୟରେ କହିଥିଲେ। ସେମାନେ କହିଥିଲେ, ଆମେ ବର୍ଷେରୁ ଅଧିକ ହେବ ଏକାଠି ରହିଆସୁଛୁ। ଆମେ ଏହି ଉଚ୍ଚ ବିପଦପୂର୍ଣ୍ଣ ଖେଳରେ ଭାଗ ନେବାକୁ ସ୍ଥିର କରିଥିଲୁ।

ଓ୍ବିଲିୟମ କୁହନ୍ତି ଯେ, ସେ ଲେସ୍‌ଲିଙ୍କୁ ଖୁବ୍‌ ଭଲ ପାଆନ୍ତି। ସେ ବି ତାଙ୍କୁ ଖୁବ୍‌ ଭଲ ପାଆନ୍ତି। ତେଣୁ ଆମେ ଦୁଇଜଣ ସ୍କାଏ ଡାଇଭିଂ କରିବାକୁ ନିଷ୍ପତ୍ତି ନେଇଥିଲୁ। ଯେତେବେଳେ ଉଭୟ ଏହି ସ୍କାଏ ଡାଇଭ୍‌ରେ ଭାଗ ନେଲୁ ବିମାନରେ ପରସ୍ପରକୁ ଚୁମ୍ପନ ଦେଇଥିଲୁ। ଫଳରେ ପାରାଚ୍ୟୁଟ୍‌ରୁ ତଳକୁ ଖସିପଡ଼ିଥିଲେ। ଏଥିରେ ଓ୍ବିଲିୟମଙ୍କ ନାକର ହାଡ଼ ଭାଙ୍ଗିବା ସହ ଅଣ୍ଟା ମାଡ଼ ହୋଇଥିଲା। ଲେସ୍‌ଲି ମଧ୍ୟ ଗୁରୁତର ଭାବେ ଆହତ ହୋଇଥିଲେ। ଫଳରେ ଉଭୟଙ୍କୁ ହସ୍ପିଟାଲ ଯିବାକୁ ପଡ଼ିଥିଲା।

Share