ରିୟାଲିଟି ଶୋ’ରେ ଅଧିକ ଫି’ ଚାର୍ଜ କରୁଛନ୍ତି ଏହି କପଲ

ମୁମ୍ବାଇ: ଟିଭି ଏବଂ ଫିଲ୍ମ ଜଗତର ସେଲିବ୍ରିଟିମାନେ ସେମାନଙ୍କ ସାଥୀମାନଙ୍କ ସହିତ ରିୟାଲିଟି ଶୋ’ସ୍ମାର୍ଟ ଯୋଡ଼ି’ର ମଞ୍ଚରେ ନଜର ଆସିବେ। ଆଜି ଅର୍ଥାତ୍‌ ୨୬ ଫେବୃୟାରୀରୁ ଷ୍ଟାର୍‌ ପ୍ଲସରେ ଏହି ଶୋ’ ପ୍ରଦର୍ଶିତ ହେବ। ଶୋ’ରେ ସେମାନଙ୍କର ପ୍ରିୟ କପଲଙ୍କୁ ଦେଖିବାକୁ ପ୍ରଶଂସକମାନେ ଚାହିଁଥାନ୍ତି। ତେବେ ଦର୍ଶକମାନେ ଜାଣିବାକୁ ଚାହାଁନ୍ତି ଶୋ’ରେ ଯୋଗ ଦେଉଥିବା ଯୋଡ଼ି ମଧ୍ୟରୁ କେଉଁମାନେ ନିର୍ମାତାଙ୍କଠାରୁ ସବୁଠୁ ଅଧିକ ଫି’ ନିଅନ୍ତି।

ଏହି ଶୋ’ରେ ଭାଗ୍ୟଶ୍ରୀ ଏବଂ ହିମାଳୟ ଭାଗ ନେଇଛନ୍ତି। ସେ ପ୍ରତି ଏପିସୋଡ୍‌ ପାଇଁ ୧୦ ଲକ୍ଷ ଟଙ୍କା ଫି’ ନେଉଥିବା ବେଳେ ଅଙ୍କିତା ଲୋଖଣ୍ଡେ ଏବଂ ଭିକି ଜୈନ
ପ୍ରତି ଏପିସୋଡ୍‌ରେ ୭ ଲକ୍ଷ ଟଙ୍କା ନେଇଥାନ୍ତି। ଏମାନଙ୍କ ବ୍ୟତୀତ ମୋନାଲିସା- ବିକ୍ରାନ୍ତ, ଅର୍ଜୁନ ବିଜ୍‌ଲାନୀ- ନେହା ସ୍ବାମୀ, ନୀଲ ଭଟ୍ଟ ଏବଂ ଐଶ୍ୱର୍ଯ୍ୟା ଶର୍ମା ବି ଅଧିକ ଫି’ ନେଇଥାନ୍ତି।

Share