ଡିଭୋର୍ସ ପରେ ଏକାଠି ଡେଟ୍‌ରେ ଯାଉଛନ୍ତି ଏହି ଦମ୍ପତି…

ନୂଆଦିଲ୍ଲୀ: ନିକଟରେ ବଲିଉଡ୍‌ର ମିଷ୍ଟର ପରଫେକ୍ଟନିଷ୍ଟ ଅମିର ଖାନ୍‌ ଓ ତାଙ୍କ ସ୍ତ୍ରୀ କିରଣ ରାଓ ପରସ୍ପରଙ୍କୁ ଡିଭୋର୍ସ ଘୋଷଣା କରିଥିଲେ। କିନ୍ତୁ ଏବେ ସେ ଦୁହିଁଙ୍କୁ ସାଙ୍ଗରେ ଦେଖିବାକୁ ମିଳୁଛି। ସେ ପୁଣି ତାଙ୍କର ୯ବର୍ଷର ପୁଅ ଆଜାଦ୍‌ଙ୍କ ସହ। ମୁମ୍ବାଇର ଏକ ହୋଟେଲରେ ସେମାନଙ୍କୁ ସାଙ୍ଗରେ ଦେଖିବାକୁ ମିଳିଥିଲା। ଏପରିକି ଅମିର କଡ଼ା ସୁରକ୍ଷା ମଧ୍ୟରେ କିରଣଙ୍କ ସହ ଫଟୋ ଉଠାଉଥିଲେ। ଡିଭୋର୍ସ ପରେ ଏକାଠି ଡେଟ୍‌ରେ ଯାଉଥିବା ଏବେ ଚର୍ଚ୍ଚା ହୋଉଛି।

ସୂଚନା ଅନୁସାରେ, ଅମିର ଖାନ୍‌ ଓ କିରଣ ରାଓ ବାହାଘରର ୧୫ ବର୍ଷ ପରେ ଡିଭୋର୍ସ ଘୋଷଣା କରିଥିଲେ। କିନ୍ତୁ ସାଙ୍ଗ ହୋଇ କାମ କରିବେ ବୋଲି କହିଥିଲେ। ଖ୍ରିଷ୍ଟମାସରେ ରିଲଜ ହେବାକୁ ଯାଉଥିବା ଲାଲ ସିଂ ଚଢ଼ାର ସୁଟିଂ ପାଇ ଦୁହେଁ ଲଦାଖ ଯାଇଥିଲେ। ସେଠାରେ ଦୁହେଁ ଏକ ଆଞ୍ଚଳିକ ଭିଡିଓରେ ନାଚୁଥିବା ଦେଖିବାକୁ ମିଳିଛି। ଅଲଗା ହେଲେ ମଧ୍ୟ ପାନି ଫାଉଣ୍ଡେସନ ଓ ବିଭିନ୍ନ ପ୍ରୋଜେକ୍ଟରେ ସାଙ୍ଗ ହୋଇ କାମ କରିବେ ବୋଲି ଦୁହେଁ ଅଲଗା ହେବା ସମୟରେ ସୂଚନା ଦେଇଥିତ୍ଲେ ।

 

Share