କେନ୍ଦୁଝର,୧୧ା୯ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଝୁମ୍ପୁରା ଥାନା ଖେଣ୍ଡେରା ଗ୍ରାମରେ ବିଷ (କନିଆ) ମଞ୍ଜି ଖାଇ ଦମ୍ପତ୍ତିଙ୍କ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଦମ୍ପତି ହେଲେ ଗ୍ରାମର ବ୍ରାହ୍ମଣୀ ପାତ୍ର (୫୫) ଓ ତାଙ୍କ ସ୍ବାମୀ ଗୋବିନ୍ଦ ପାତ୍ର (୬୨)। ଉଭୟ ଗୁରୁତର ଅବସ୍ଥାରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଦମ୍ପତି ଅପରାହ୍ଣରେ କନିଅର ମଞ୍ଜି ଖାଇଦେଇଥିଲେ। ଅସୁସ୍ଥ ହେବାରୁ ଗ୍ରାମବାସୀ ଉଭୟଙ୍କୁ ଝୁମ୍ପୁରା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ସନ୍ତାନ ସନ୍ତତି ନାହାନ୍ତି। ଅଭାବ ଅନଟନରେ ଚିନ୍ତାରେ ରହୁଥିବା ସ୍ଥାନୀୟ ଲୋକେ କହିଛନ୍ତି।