Categories: ଜାତୀୟ

କୂଅକୁ ଡେଇଁ ପଡ଼ିଲେ ଦମ୍ପତି, ଆଉ ତା’ ପରେ…

ମୁମ୍ବାଇ,୯ା୧: ମହାରାଷ୍ଟ୍ରର ନାଗପୁରରେ ଏକ ଦମ୍ପତିଙ୍କ ମଧ୍ୟରେ ଝଗଡ଼ା ଲାଗି କୂଅକୁ ଡେଇଁ ପଡ଼ିଥିଲେ। ଫଳରେ ସ୍ବାମୀଙ୍କର ମୃତ୍ୟୁ ଘଟିଥିବାବେଳେ ସ୍ତ୍ରୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ପୋଲିସ ସୂଚନାନୁଯାୟୀ, ନାଗପୁରର ବୁଟିବୋରି ଅଞ୍ଚଳରେ ଏକ ପରିବାର ରହୁଥିଲେ। ସକାଳେ ଖାଇବା ପ୍ରସ୍ତୁତ କରିବା ନେଇ ଉଭୟ ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ରାଗି ଯାଇ ପ୍ରଥମେ ସ୍ତ୍ରୀ କୂଅକୁ ଡେଇଁ ପଡ଼ିଥିଲେ। ପରେ ସ୍ବାମୀ ତାଙ୍କୁ ବଞ୍ଚାଇବାକୁ ଯାଇ କୂଅକୁ ବି ଡେଇଁ ପଡ଼ିଥିଲେ। ସ୍ତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ସ୍ବାମୀ ବୁଡ଼ି ପ୍ରାଣ ହରାଇଛନ୍ତି। ମାତ୍ର ମହିଳା ଜଣକ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଏନେଇ ସମ୍ପର୍କୀୟମାନେ ପୋଲିସକୁ ଖବର ଦେବାରୁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

Share