ବିଦ୍ୟୁତ ଆଘାତରେ ଚାଲିଗଲା ଦମ୍ପତିଙ୍କ ଜୀବନ, ଅଳ୍ପକେ ବର୍ତ୍ତିଗଲା ଶିଶୁକନ୍ୟା

କେନ୍ଦୁଝର,୧୦ା୮(ସ୍ବ.ପ୍ର.): ଯୋଡ଼ା ଥାନା ଅନ୍ତର୍ଗତ ଅଂଶେଇକଳା ପଞ୍ଚାୟତର ଜାମକୁଣ୍ଡିଆ ଗ୍ରାମରେ ବିଦ୍ୟୁତ ଆଘାତରେ ଦମ୍ପତିଙ୍କ ମୃତ୍ୟୁ ନେଇ ଉକ୍ତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ମୃତକ ଦ୍ୱୟଙ୍କ ନାମ ମାନ୍ଦୁରୁ ମୁଣ୍ଡା ଓ ରାଇବଣୀ ମୁଣ୍ଡା। ତାଙ୍କ ପାଞ୍ଚ ବର୍ଷର ଶିଶୁକନ୍ୟା ଆରିନା ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତ୍ତିଯାଇଛନ୍ତି।

ପ୍ରକାଶ ଯେ, ମଙ୍ଗଳବାର ହାଟରୁ ଘରକୁ ଫେରିଥିଲେ ସ୍ତ୍ରୀ-ସ୍ବାମୀ। କବାଟ ଖୋଲିଲା ବେଳେ ବିଦ୍ୟୁତ୍‌ ଆଘାତରେ ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ପୋଲିସ ବୁଧବାର ସକାଳେ ପହଞ୍ଚି ସେମାନଙ୍କ ମୃତଦେହ ଉଦ୍ଧାର କରି ତଦନ୍ତ ପରେ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନା ପଠାଇଛି।

ତଦନ୍ତରୁ ଜଣାପଡ଼ିଛି, ସର୍ଭିସ ତାର ଉକ୍ତ କବାଟ ଉପରେ ଘରକୁ ଆସିଥିଲା। ତେବେ କାୈଣସି କାରଣରୁ ଉକ୍ତ ତାର ଉପରେ ଥିବା ପ୍ଲାଷ୍ଟିକ ଘୋରି ହୋଇ ଲୁହା କବାଟରେ ଲାଗିଯାଇଥିଲା। ଯାହାକି ସେମାନେ ଅବଗତ ନ ଥିଲେ। ଏନେଇ ଯୋଡ଼ା ଥାନାଧିକାରୀ ଜୟନାରାୟଣ ଖଣ୍ଡେଇ କହିଛନ୍ତି, ଯେ ବିଦ୍ୟୁତ୍‌ ଆଘାତରେ ସେମାନଙ୍କ ମୃତ୍ୟୁ ଘଟିଛି। ଅଧିକ ତଦନ୍ତ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦ ଘରୁ ମିଳିଲା ଯୁବତୀ-ଯୁବକଙ୍କ ମୃତଦେହ

ମୁରିବାହାଲ,୩୦।୩: ବଲାଙ୍ଗୀର ଜିଲା ମୁରିବାହାଲ ଥାନା ସେମିଲପାଲି ଗାଁରେ ରବିବାର ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ଏକ ବନ୍ଦ ଘରୁ ଯୁବତୀ ଏବଂ ଯୁବକଙ୍କ...

ପାଳନ ହେଲା ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ

ପଦ୍ମପୁର,୩୦ା୩(ପ୍ରଦୀପ୍ତ ଦାଶ): ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ପଦ୍ମପୁରରେ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ପ୍ରଧାନ ଆଚାର୍ଯ୍ୟ ଚୈତନ୍ୟ ଭୋଇ...

କେନ୍ଦୁଝରର ୧୩ ବ୍ଲକରେ ଆରମ୍ଭ ହେଲା ଅନ୍ତ୍ୟୋଦୟ ଗୃହ ଯୋଜନା

କେନ୍ଦୁଝର,୩୦ା୩: ରବିବାର କଳାହାଣ୍ଡିର ଭବାନୀପାଟଣାରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ପରିପ୍ରେକ୍ଷୀରେ କେନ୍ଦୁଝର ଜିଲାର ସମସ୍ତ ୧୩ଟି...

କଲେଜ ଯାଇ ଘରକୁ ଫେରିନାହାନ୍ତି ନାବାଳିକା ଝିଅ, ଅପହରଣକାରୀଙ୍କ ଗିରଫ ଦାବିରେ ଧାରଣା

ଚାନ୍ଦବାଲି,୩୦ା୩(ଅଶୋକ ପଣ୍ଡା): ନାବାଳିକା ଝିଅକୁ ଅପହରଣ ଘଟଣାରକୁ ୧୦ ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ ନାବାଳିକାକୁ ଉଦ୍ଧାର କରିବାରେ ବିଫଳ। ଅପହରଣକାରୀଙ୍କୁ ଗିରଫ ଦାବିକରି...

ଖଜୁରୀପଡ଼ାରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ

ଖଜୁରୀପଡ଼ା,୩୦ା୩(ବିଦୁର ବେହେରା): ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରବିବାର କଳାହାଣ୍ଡି ଜିଲାରୁ ଆରମ୍ଭ ହୋଇଛି ଏହି ଯୋଜନା। ୫୦...

ଏଣିକି ଜିଲାଭିତ୍ତିକ ନିଯୁକ୍ତି ବ୍ୟବସ୍ଥା ହେବ: ମୁଖ୍ୟମନ୍ତ୍ରୀ

ଭଞ୍ଜନଗର,୩୦ା୩(ବାବୁଲା ପ୍ରଧାନ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭବାନୀପାଟଣାର ରିଶିଗାଁ ଠାରେ ରବିବାର ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କରିଛନ୍ତି। ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ରାଜ୍ୟର...

ଫୋନ୍‌ କରି ପାଖକୁ ଡାକି ଭାଜପା କର୍ମୀଙ୍କୁ ଗୁଳି କଲେ ଦୁର୍ବୃତ୍ତ, କାରଣ ଅସ୍ପଷ୍ଟ

କବିସୂର୍ଯ୍ୟନଗର,୩୦ା୩(କୃପାସିନ୍ଧୁ ସ୍ବାଇଁ): ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଆଠଗଡ଼ ପାଟଣା ଜନୈକ ଭାଜପା କର୍ମୀଙ୍କୁ ଗୁଳିମାଡ଼ ହୋଇଛି। ଗୁଳିମାଡ଼ ଅତି ନିକଟରୁ ହୋଇଥିବା ଜଣାପଡ଼ିଛି।କପାଳକୁ ଗୋଟିଏ ରାଉଣ୍ଡ...

୩୫୪ଜଣଙ୍କୁ କାର୍ଯ୍ୟାଦେଶ ଦେଲେ ଭଞ୍ଜନଗର ବିଧାୟକ; ଯୋଗ୍ୟ ହିତାଧୀକାରୀ ବଞ୍ଚିତ ହେଲେ କାର୍ଯ୍ୟାନୁଷ୍ଠାନ

ଭଞ୍ଜନଗର,୩୦।୩(ବାବୁଲା ପ୍ରଧାନ)-ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭବାନୀପାଟଣାର ରିଶିଗାଁଠାରେ ରବିବାର ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କରିଛନ୍ତି। ଆଭାସି ମାଧ୍ୟମରେ ରାଜ୍ୟର ଅଧିକାଂଶ ବ୍ଲକରେ ଏହି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image