ବେଗୁନିଆପଡ଼ା,୧୨ା୭: ଗଞ୍ଜାମ ଜିଲା ସୀମାନ୍ତ ତଥା ଖୋର୍ଦ୍ଧା ଜିଲା ବାଣପୁର ଥାନା ଶାଳିଆ ଡ୍ୟାମ ନିକଟରେ ଦୁର୍ବୃତ୍ତମାନେ ଦମ୍ପତିଙ୍କୁ ଆକ୍ରମଣ କରି ସୁନା ଅଳଙ୍କାର ଲୁଟି ନେଇଛନ୍ତି।
ମିଳିଥିବା ସୂଚନା ମୁତାବକ, ବେଗୁନିଆପଡ଼ା ଫାଣ୍ଡି ପି. ନୂଆଗାଁ ଗ୍ରାମର କଲ୍ୟାଣ କୁମାର ଜେନା ଓ ତାଙ୍କର ସ୍ତ୍ରୀ ପୂଜା ନାହାକ ଖୋର୍ଦ୍ଧା ଜିଲା ବାଣପୁରରେ ରହୁଥିବା ବନ୍ଧୁଙ୍କ ଘରକୁ ଆସିଥିଲେ। ଗ୍ରାମକୁ ଫେରିବା ବେଳେ ସାଳିଆ ଡ୍ୟାମ ନିକଟରେ ୩ଜଣ ଦୁର୍ବୃତ୍ତ ଏକ ବାଇକ୍ ଓ ସ୍କୁଟିରେ ଆସି ଦମ୍ପତିଙ୍କୁ ଅଟକାଇ ଆକ୍ରମଣ କରିଥିଲେ। ପରେ ତାଙ୍କଠାରୁ ଏକ ସୁନା ହାର, ମଙ୍ଗଳ ସୂତ୍ର ଓ ସୁନା ମୁଦି ଆଦି ଲୁଟିନେଇ ଫେରାର ହୋଇ ଯାଇଥିଲେ। ପୂଜାଙ୍କୁ ଗୁରୁତର ଅବସ୍ଥାରେ ସୁମଣ୍ଡଳ ମେଡିକାଲ ପରେ କୋଦଳା ମେଡିକାଲକୁ ନିଆଯାଇଥିଲା। ପୂର୍ବରୁ ଏହି ସ୍ଥାନରେ ଲୁଟ୍ ସହ ବିଭିନ୍ନ ଅସାମାଜିକ କାର୍ଯ୍ୟକଳାପ ଘଟି ଥିବା ନଜିର ରହିଛି।