ଦମ୍ପତିଙ୍କୁ ତାଲା ପକାଇ ଲୁଟିନେଲେ ସୁନା, ନଗଦ ୧୨ ଲକ୍ଷ ଟଙ୍କା

ଭୁବନେଶ୍ୱର,୨୭ା୬(ବ୍ୟୁରୋ): ରାଜଧାନୀ ଉପକଣ୍ଠରେ ବଡ଼ ଧରଣର ଡକାୟତି ହୋଇଛି। ଦମ୍ପତିଙ୍କୁ ତାଲା ପକାଇ ଅଧାକିଲୋ ସୁନା, ୧୨ ଲକ୍ଷ ଟଙ୍କା ଲୁଟିଥିବା ନେଇ ଅଭିଯୋଗ ହୋଇଛି। ଚନ୍ଦକା ଥାନା ହରିପୁର ଗାଁର ଘର ମାଲିକ ତଥା ଅବସରପ୍ରାପ୍ତ କିରାଣି ସତ୍ୟନାରାୟଣ ମିଶ୍ର ଚନ୍ଦକା ଥାନାରେ ଅଭିଯୋଗ କରିବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।
ସୂଚନାଯୋଗ୍ୟ, ଶନିବାର ବିଳମ୍ବିତ ରାତିରେ ଲୁଟେରାମାନେ ପାଚେରି ଡେଇଁ ଘର ଭିତରେ ପ୍ରବେଶ କରିବା ସହିତ ଗ୍ୟାସ କଟର ସାହାଯ୍ୟରେ ଝରକା କାଟିଥିଲେ। ଘର ଭିତରକୁ ଯାଇ ସତ୍ୟନାରାୟଣ ଓ ତାଙ୍କ ସ୍ତ୍ରୀ ଘରେ ଶୋଇଥିବା ବେଳେ ଘର ବାହାର ପଟରୁ ତାଲା ପକାଇ ଦେଇଥିଲେ। ଘରେ ଥିବା ଦୁଇଟି ଗଡରେଜ ଲକର ଭାଙ୍ଗି ସେଥିରେ ଥିବା ୧୨ଟି ସୁନା ହାର, ସୁନା ଚୁଡ଼ି, ମୁଦି, କାନଫୁଲ ଲୁଟି ନେଇଛନ୍ତ। ଜମି କିଣିବା ପାଇଁ ଗଡରେଜରେ ରଖିଥିବା ନଗଦ ୧୨ ଲକ୍ଷ ଟଙ୍କା ମଧ୍ୟ ଦୁର୍ବୃତ୍ତମାନେ ଲୁଟି ନେଇଛନ୍ତି।

Share