ପ୍ରେମୀଯୁଗଳଙ୍କ ବିବାହ କରାଇଲା ସ୍ବେଚ୍ଛାସେବୀ ଅନୁଷ୍ଠାନ

ଝାରସୁଗୁଡ଼ା ଅଫିସ,୨୮ା୫: ଝାରସୁଗୁଡ଼ା ଜିଲାର ଏକ ପ୍ରେମୀଯୁଗଳ ବିବାହ ପାଇଁ ନିଷ୍ପତ୍ତି ନେଇଥିଲେ ମଧ୍ୟ ଭିନ୍ନ ଜାତିର ହୋଇଥିବାରୁ ଯୁବକଙ୍କ ପରିବାର ଲୋକେ ସ୍ବୀକୃତି ଦେଇ ନ ଥିଲେ। ପରେ ପ୍ରେମିକା ଜଣକ ସମଲେଶ୍ୱରୀ ମା’ଘର ଚେରିଟେବୁଲ୍‌ ଟ୍ରଷ୍ଟ ସ୍ବେଚ୍ଛାସେବୀ ଅନୁଷ୍ଠାନର ଅଧ୍ୟକ୍ଷା ପଦ୍ମିନୀ ସିଂଙ୍କ ସହାୟତାରେ ବନ୍ଧବାହାଲ ଫାଣ୍ଡିରେ ପହଞ୍ଚତ୍ ଘଟଣା ସମ୍ପର୍କରେ ଜଣାଇଥିଲେ। ପୋଲିସ ଯୁବକଙ୍କ ପରିବାର ଲୋକଙ୍କୁ ଡକାଇ ବୁଝାସୁଝା କରିବା ପରେ ବାହାଘର ପାଇଁ ପରିବାର ଲୋକେ ସହମତି ପ୍ରକାଶ କରିଥିଲେ। ଉଭୟ ଘରେ ନ ରହି ବାହାରେ ରହିବା ପାଇଁ କହିଥିଲେ। ପ୍ରେମୀଯୁଗଳ ବାହାହୋଇ ସ୍ବାମୀ, ସ୍ତ୍ରୀ ହୋଇ ରହିବେ ବୋଲି ଫାଣ୍ଡିରେ ଏକ ରାଜିନାମାପତ୍ର ସ୍ବାକ୍ଷରିତ ହୋଇଥିଲା। ଏହି ପତ୍ର ଜରିଆରେ ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ଶୁକ୍ରବାର ବନ୍ଧବାହାଲ ମଙ୍ଗଳା ମନ୍ଦିରରେ କୋଭିଡ୍‌ କଟକଣା ପାଳନ କରି ପ୍ରେମୀଯୁଗଳଙ୍କ ବାହାଘର ବୈଦିକ ରୀତିନୀତିରେ କରାଯାଇଛି।