ପ୍ରି-ଓ୍ବେଡିଂ ଫଟୋ ଶୁଟ୍‌ କରୁଥିଲେ କପଲ, ହଠାତ୍‌ ଲାଗିଗଲା କରେଣ୍ଟ୍‌; ଆଉ ତା’ ପରେ…

ବ୍ରାସିଲିଆ,୮ା୮: ଜଣେ ଯୁବ ଡାକ୍ତର ବିବାହ ପୂର୍ବରୁ ଭାବି ସ୍ତ୍ରୀଙ୍କ ସହ ଫଟୋ ଶୁଟ୍‌ କରୁଥିବାବେଳେ ହଠାତ୍‌ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିଥିଲେ। ଫଳରେ ଦୁଇଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।

ବ୍ରାଜିଲର ୩୧ ବର୍ଷୀୟ ଯୁବ ଡାକ୍ତର ଡେନିଶ ରିକାଡୋ ଫାରିଆ ଗୁର୍‌ଗେଲଙ୍କ ବିବାହ ହେବାର ଥିଲା। ବିବାହ ପୂର୍ବଦିନ ପ୍ରି-ଓ୍ବେଡିଂ ଫଟୋ ଶୁଟ୍‌ କରୁଥିଲେ କପଲ। ମାଛଧରିବା ପାଇଁ ଥିବା ଏକ ରଡ୍‌କୁ ଧରି ଫଟୋ ଶୁଟ୍‌ କରିବାର ଥିଲା। ଏହି ସମୟରେ ହଠାତ ରଡ୍‌ରେ ହାଇ ଭୋଲଟେଜ ବିଦ୍ୟୁତ ଲାଇନ୍‌ରେ ଫସି ଯାଇଥିଲେ ଦୁହେଁ। ଡେନିଶ ବନିଶ କଣ୍ଟା ହଟାଇବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ଦୁଇଜଣ କରେଣ୍ଟରେ ଲାଗିଯାଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚିବା ବେଳକୁ ଦୁହିଁଙ୍କର ମୃତ୍ୟୁ ହୋଇସାରିଥିତ୍ଲା।

ଡେନିଶ ବ୍ରାଜିଲର ଗୁର୍‌ପି ନଗର ସ୍ବାସ୍ଥ୍ୟ ବିଭାଗ ଅଧୀନରେ ଏକ କୋଭିଡ୍‌ ହସ୍ପିଟାଲରେ ଡାକ୍ତର ଥିଲେ।

Share