ବ୍ରେକ୍‌ଅପ୍‌ ପରେ ଏକାଠି ନଜର ଆସିଲେ ଏହି ଯୋଡ଼ି

ମୁମ୍ବାଇ: ନିକଟରେ ଦିଲ୍ଲୀର ଏକ କାର୍ଯ୍ୟକ୍ରମରେ ଅଭିନେତ୍ରୀ ଦିଶା ପଟାନୀ ଏବଂ ଟାଇଗର ଶ୍ରଫଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ଦିଶା-ଟାଇଗର ସେମାନଙ୍କ ବ୍ରେକଅପ ପରେ ପ୍ରଥମଥର ପାଇଁ ସର୍ବସାଧାରଣରେ ଏକାଠି ନଜର ଆସିଛନ୍ତି। ଏହା ସହ ଜଡିତ ଏକ ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ସାମ୍ନାକୁ ଆସିଛି। ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଦିଶା ଏବଂ ଟାଇଗର ମୁମ୍ବାଇରୁ ଦିଲ୍ଲୀରେ ପହଞ୍ଚିଥିଲେ।

ଭିଡିଓରେ ଦିଶା ଏବଂ ଟାଇଗର ଇଭେଣ୍ଟ ସମୟରେ ପରସ୍ପର ପାଖରେ ବସିଥିବାର ଏବଂ କଥାବାର୍ତ୍ତା କରୁଥିବା ଦେଖିବାକୁ ମିଳିଛି। ଏହା ବ୍ୟତୀତ ଦିଶା ଏବଂ ଟାଇଗର ବିମାନବନ୍ଦରରେ ପହଞ୍ଚିବାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ ଦୁହେଁ ଫଟୋଗ୍ରାଫରଙ୍କୁ ଭିନ୍ନ ଭିନ୍ନ ପୋଜ ଦେଇଥିଲେ। ଟାଇଗର କ୍ୟାମେରା ସାମ୍ନାରେ ପୋଜ୍‌ ଦେଇଥିବା ବେଳେ ଦିଶା ପଛରେ ଠିଆ ହୋଇ ତାଙ୍କୁ ଅପେକ୍ଷା କରିଥିଲେ। ଟାଇଗରଙ୍କ ପରେ ଦିଶା କ୍ୟାମେରା ଆଗରେ ଆସି ପୋଜ୍‌ ଦେଇଥିଲେ।

Share