ପ୍ରେମୀ ଯୁଗଳଙ୍କୁ ଗଛରେ ବାନ୍ଧି ପିଟିଲେ

ନୀଳଗିରି ,୩୦ା୫(ସ୍ବ.ପ୍ର) : ପରକିୟା ପ୍ରୀତି ଧରାପଡ଼ିବାରୁ ବିବାହିତ ପ୍ରେମୀ ଯୁଗଳଙ୍କୁ ଲୋକେ ଗଛରେ ବାନ୍ଧି ମାଡ଼ ମାରିବା ଚର୍ଚ୍ଚାର ବିଷୟ ହୋଇଛି। ଏହି ଘଟଣାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ସାବିତ୍ରୀ ବ୍ରତ ଦିନ ବାଲେଶ୍ୱର ଜିଲା ନୀଳଗିରି ଥାନା ଅଞ୍ଚଳରେ ଏହି ସମ୍ବେଦନଶୀଳ ଘଟଣା ଘଟିଛି। ଜନୈକା ବିବାହିତା ମହିଳା ଓ ପୁରୁଷଙ୍କ ମଧ୍ୟରେ ପୂର୍ବରୁ ପ୍ରେମ ସମ୍ପର୍କ ଥିଲା। ଏ କଥା ଜଣାପଡ଼ିବା ପରେ ଗ୍ରାମବାସୀ ଉଭୟ ପରିବାରକୁ ତାଗିଦ୍‌ କରିଥିଲେ। ସୋମବାର ଉଭୟ ଏକାନ୍ତରେ କଥା ହେଉଥିବା ଦେଖି ଗ୍ରାମବାସୀ ସେମାନଙ୍କୁ ଏକ ଗଛରେ ବାନ୍ଧି ମାଡ଼ ମାରିଥିଲେ। ଏ ନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖବରପାଇ ପୋଲିସ ପହଞ୍ଚିଲା ବେଳକୁ ଗ୍ରାମବାସୀମାନେ ଘଟଣାର ସମାଧାନ କରି ଦେଇଥିଲେ। ଆହତ ପ୍ରେମୀ ଯୁଗଳଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Share