ଖୁବ୍‌ଶୀଘ୍ର ବିବାହ କରିବେ ଏହି ଯୋଡି

ବଲିଉଡ୍‌ରେ ବିବାହ ବିବାହ ଋତୁ ଚାଲିଛି । ନିକଟରେ ଆଲିଆ ଭଟ୍ଟଙ୍କ ବିବାହ ହୋଇସାରିଛି। ବର୍ତ୍ତମାନ ଏହି ତାଲିକାରେ ଆଉ ଏକ ନାମ ଯୋଡି ହେବାକୁ ଯାଉଛି । ସେମାନେ ହେଉଛନ୍ତି ଆଥିଆ ଶେଟ୍ଟୀ ଏବଂ କ୍ରିକେଟର କେ.ଏଲ ରାହୁଲ। ଦୁହିଁଙ୍କର ବିବାହ ଖବର ଏବେ ସାମ୍ନାକୁ ଆସୁଛି। ଯେଉଁଥିରେ ଦମ୍ପତିଙ୍କ ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଦୁହେଁ ୨୦୨୨ ଶେଷରେ ବିବାହ କରିବେ ବୋଲି କୁହାଯାଉଛି।

ବଲିଉଡ ଅଭିନେତା ସୁନୀଲ ଶେଟ୍ଟୀଙ୍କ ଝିଅ ଆଥିଆ ଶେଟ୍ଟୀ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ତିନି ବର୍ଷରୁ ଅଧିକ ସମୟ ହେବ ଆଥିଆ ରାହୁଲ ପରସ୍ପରକୁ ଡେଟ୍‌ କରି ଆସୁଛନ୍ତି । ଅନେକ ସମୟରେ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳୁଛି ।

Share