ଏବେ ନୁହେଁ ୨୦୨୩ରେ ବିବାହ କରିବେ ଏହି ଯୋଡ଼ି!

ବଲିଉଡ୍‌ ଅଭିନେତ୍ରୀ ଆଥିଆ ଶେଟ୍ଟି ଏବଂ କେ.ଏଲ ରାହୁଲ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରୁହନ୍ତି। ଦୁହେଁ ଏବେ ବିବାହ କରିବେ ବୋଲି ଜୋରଦାର ଚର୍ଚ୍ଚା ଚାଲିଛି। ପ୍ରଶଂସକମାନେ ମଧ୍ୟ ଖୁବଶୀଘ୍ର ସେମାନଙ୍କ ବିବାହ ଦେଖିବାକୁ ଅପେକ୍ଷା କରି ରହିଛନ୍ତି । ହେଲେ ଏହି ଲଭ୍‌ବାର୍ଡ ଏବେ ବିବାହ କରିବାକୁ ଚାହୁଁନଥିବା ଜଣାପଡ଼ିଛି।
ଏକ ରିପୋର୍ଟ ଅନୁଯାୟୀ, ଆଥିଆ ଶେଟ୍ଟୀ ଏବଂ କେ.ଏଲ ରାହୁଲଙ୍କ ପରିବାର ବିବାହକୁ ଆଗକୁ ବଢାଇବାକୁ ଯୋଜନା କରୁଛନ୍ତି । ୨୦୨୩ ଜାନୁଆରୀ କିମ୍ବା ଫେବୃଆରୀରେ ଦୁହେଁ ବିବାହ କରିବେ ବୋଲି କୁହାଯାଉଥିବା ବେଳେ ବିବାହ କେଉଁଠାରେ ଏବଂ କିପରି ହେବ ସେନେଇ କିଛି ଜଣାପଡ଼ିନାହିଁ।

Share