Categories: ଅନୁଗୋଳ

ଠକ ଦମ୍ପତିଙ୍କ ଟଙ୍କା, ସୁନା ଜବତ

ଅନୁଗୋଳ ଅଫିସ, ୨୩।୧୨: ଅନୁଗୋଳର କେତେଜଣ ଯୁବକଙ୍କୁ ଏକ କମ୍ପାନୀରେ ଚାକିରି ଦେବାର ଲୋଭ ଦେଖାଇ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଅଭିଯୋଗରେ ଗିରଫ ହୋଇଥିବା ଦମ୍ପତି ଚୈତାଳୀ ମୁଖାର୍ଜୀ ଓ ମୃଙ୍ଗାଗ୍‌ ଗୁପ୍ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଥିବା ଟଙ୍କା ଓ ସୁନା ଜବତ କରାଯାଇଛି। ଏ ସମ୍ପର୍କରେ ଅନୁଗୋଳ ପୋଲିସ ମୁଖ୍ୟାଳୟ ପକ୍ଷରୁ କୁହାଯାଇଛି, ଗତ ସେପ୍ଟେମର ମାସରେ ଅନୁଗୋଳ ପୋଲିସ ପଶ୍ଚିମବଙ୍ଗର ଦୁର୍ଗାପୁରସ୍ଥିତ ଘରୁ ସମ୍ପୃକ୍ତ ଦମ୍ପତିଙ୍କୁ ଉଠାଇ ଆଣିଥିଲା। ଦୁହେଁଙ୍କ ନିକଟରୁ ଉକ୍ତ କମ୍ପାନୀର ବିଭିନ୍ନ ନକଲି କାଗଜପତ୍ର ସହ ସିଲ୍‌ ଜବତ କରିଥିଲା। ଏହି ଘଟଣାରେ ଅଧିକ ତଦନ୍ତ ଚାଲୁଥିବା ସମୟରେ ଅନୁଗୋଳ ପୋଲିସ ଦୁର୍ଗାପୁରର ଏକ ବ୍ୟାଙ୍କରେ ସାଢ଼େ ୧୦ ଲକ୍ଷ ଟଙ୍କା ସହ ୭୫୭ ଗ୍ରାମର ସୁନା ଅଳଙ୍କାର ଜବତ କରିଥିଲା। ମୋଟ ୯ ଜଣଙ୍କୁ ଗିରଫ କରାଯାଇଥିବାବେଳେ ୨୮ଟି ଆକାଉଣ୍ଟକୁ ଫ୍ରିଜ୍‌ କରାଯାଇଛି। ଏହି ଘଟଣାରେ ମୋଟ ୧ କୋଟି ୩୩ ଲକ୍ଷ ଟଙ୍କାର ନଗଦ ଟଙ୍କା ଓ ଅଳଙ୍କାର ପୋଲିସ ଜବତ କରିଛି। ଓଡ଼ିଶା ସମେତ ମହାରାଷ୍ଟ୍ର, ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଜାମ୍ମୁ ଓ କଶ୍ମୀର, ଛତିଶଗଡ଼ ଆଦି ରାଜ୍ୟର ଶିକ୍ଷିତ ଯୁବତୀ ଓ ଯୁବକମାନେ ଠକାମିର ଶିକାର ହୋଇଥିଲେ। ଠକ ଦମ୍ପତିଙ୍କୁ ମହାରାଷ୍ଟ୍ର ପୋଲିସ ଅନୁଗୋଳରୁ ରିମାଣ୍ଡରେ ନେଇଥିବା ପୋଲିସ ମୁଖ୍ୟାଳୟ ପକ୍ଷରୁ କୁହାଯାଇଛି।