ପାକିସ୍ତାନର ପୂର୍ବତନ ମନ୍ତ୍ରୀଙ୍କ ଦେଶଦ୍ରୋହ ମାମଲାକୁ ସ୍ଥଗିତ ରଖିଲେ କୋର୍ଟ

ଇସଲାମାବାଦ,୨୪ା୬: ଇସଲାମାବାଦର ଏକ ଜିଲା ତଥା ଅଧିବେଶନ କୋର୍ଟ ପୂର୍ବତନ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଫଓ୍ବାଦ ଚୌଧୁରୀଙ୍କ ଦେଶଦ୍ରୋହ ମାମଲାରେ ଶୁଣାଣି ସ୍ଥଗିତ ରଖିଛନ୍ତି। ଜଜ ଫଓ୍ବାଦଙ୍କ ଛାଡ଼ ଆବେଦନକୁ ଗ୍ରହଣ କରି ତାଙ୍କୁ ଜୁଲାଇ ୪ରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ପାକିସ୍ତାନ ତେହେରିକ-ଇ-ଇନ୍‌ସାଫ୍‌ (ପିଟିଆଇ) ଅଧ୍ୟକ୍ଷ ଇମ୍ରାନ ଖାନଙ୍କ ପୂର୍ବତନ ସହାୟକ ଫଓ୍ବାଦ ଏହି ପ୍ରକ୍ରିୟାରେ ଯୋଗ ନ ଦେବା ପରେ କୋର୍ଟଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଅତିରିକ୍ତ ଅଧିବେଶନ ଜଜ୍‌ ତାହିର ଅବ୍ବାସ ସିପ୍ରା ଶନିବାର ଶୁଣାଣି ଆରମ୍ଭ କରିଥିଲେ।

ଶୁଣାଣି ସମୟରେ ଫଓ୍ବାଦଙ୍କ ପରାମର୍ଶଦାତା କହିଛନ୍ତି, ଅସୁସ୍ଥତା ହେତୁ ତାଙ୍କ ମହକିଲ କୋର୍ଟରେ ହାଜର ହୋଇପାରିବେ ନାହିଁ ଏବଂ ଆଜିର ଶୁଣାଣିରୁ ଛାଡ଼ ମାଗିଥିଲେ। ଏହା ଶୁଣିବା ପରେ କୋର୍ଟ ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୪କୁ ସ୍ଥଗିତ ରଖିଛନ୍ତି।

Share