କେନ୍ଦୁଝର,୧୯।୪(ସ୍ବ.ପ୍ର.): କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ କୋର୍ଟ କାର୍ଯ୍ୟରୁ ଓକିଲମାନେ ବିରତ ରହିବେ ବୋଲି ଜିଲା ଓକିଲ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଚଳିତମାସ ୨୦ ରୁ ୨୪ ପର୍ଯ୍ୟନ୍ତ ବାର୍ ବନ୍ଦ ରଖିବା ନେଇ ସଂଘ କାର୍ଯ୍ୟକାରୀ କମିଟି ନିଷ୍ପତ୍ତି ନେଇ ଜିଲା ଜଜ୍ଙ୍କୁ ଚିଠି ଲେଖିଥିବା ସମ୍ପାଦକ ଆଲୋକ ମହାନ୍ତ ଜଣାଇଛନ୍ତି। ଭିଡିଓ କନ୍ଫରେନ୍ସିଂ ଜରିଆରେ ଜାମିନ ଶୁଣାଣି କରାଯାଇପାରିବ ବୋଲି କୁହାଯାଇଛି। ଏହି ସମୟରେ କୋର୍ଟ ପରିସରକୁୁ ବିଶୋଧନ କରିବା ପାଇଁ ପଦକ୍ଷେପ ନିଆଯିବ।