ଯୁବତୀଙ୍କୁ ଗର୍ଭବତୀ କରି ସମ୍ପର୍କୀୟ କକା ଫେରାର

ସୁନ୍ଦରଗଡ,୬।୫: ସୁନ୍ଦରଗଡ଼ ଜିଲା ଧରୁଆଡିହି ଥାନା ଅନ୍ତର୍ଗତ ବାଉରୀଡିହି ଗ୍ରାମରେ ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ସମ୍ପର୍କୀୟ କକା ଗର୍ଭବତୀ କରି ଫେରାର ଥିବା ଅଭିଯୋଗ ହୋଇଛି। ଏ ନେଇ ପୀଡିତା ଗ୍ରାମବାସୀଙ୍କ ସହିତ ମିଶି ଥାନାରେ ଏତଲା ଦେବା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅଭିଯୋଗ ମୁତାବକ, ୩୪ ବର୍ଷୀୟ ଦିବ୍ୟାଙ୍ଗ ଯୁବତୀ କଥାବାର୍ତ୍ତା କରିପାରନ୍ତି ନାହିଁ। ସେ ତାଙ୍କ ମା’ ଓ ବଡ ଭଉଣୀଙ୍କ ସହ ରହୁଥିଲେ। ମା’ ଓ ବଡ ଭଉଣୀ ମଜୁରୀ କାମ ପାଇଁ ବାହାରକୁ ଗଲା ବେଳେ ଅଭିଯୁକ୍ତ ଜଣକ ଯୁବତୀଙ୍କୁ ପ୍ରଲୋଭିତ କରି ବଳାତ୍କାର କରି ଆସୁଥିଲେ। ଯୁବତୀ ଜଣକ ୭ମାସର ଗର୍ଭବତୀ ଥିବା ଜଣାପଡିବା ପରେ ପୀଡିତାଙ୍କ ମା’ ଗ୍ରାମବାସୀଙ୍କୁ ଘଟଣା ସଂକ୍ରାନ୍ତରେ ଜଣାଇଥିଲେ। ଏ ନେଇ ଗ୍ରାମରେ ଏକ ବୈଠକ ହୋଇଥିଲା। ବୈଠକରେ ଅଭିଯୁକ୍ତ ଯୁବକ ଦୋଷ ସ୍ବୀକାର କରି ଯୁବତୀଙ୍କୁ ବିବାହ କରିବାକୁ ରାଜି ହୋଇଥିଲେ। ମାତ୍ର ପରବର୍ତ୍ତୀ ସମୟରେ ସେ ଗ୍ରାମ ସଭାର ନିଷ୍ପତ୍ତିକୁ ନ ମାନି ଫେରାର୍‌ ହୋଇଯାଇଥିଲେ। ଶେଷରେ ପୀଡିତା ନ୍ୟାୟ ପାଇଁ ଥାନାର ଦ୍ୱାରସ୍ତ ହୋଇଛନ୍ତି।

Share