ନୂଆଦିଲ୍ଲୀ, ୬ା୧୧:ଭାରତ ଦ୍ୱାରା ପ୍ରସ୍ତୁତ କୋଭିଡ୍ ଟିକାର ଚୂଡ଼ାନ୍ତ ପର୍ଯ୍ୟାୟ ପରୀକ୍ଷା ଚଳିତ ମାସରେ ଆରମ୍ଭ ହୋଇଛି। ଏହି ଟିକା ସମ୍ପୂର୍ଣ୍ଣ ନିରାପଦ ଓ ପ୍ରଭାବଶାଳୀ ବୋଲି ବର୍ତ୍ତମାନ ସୁଦ୍ଧା ହୋଇଥିବା ଅଧ୍ୟୟନରୁ ସ୍ପଷ୍ଟ ହୋଇଛି। ତେଣୁ ଫେବୃୟାରୀରେ ଟିକା ବଜାରକୁ ଆସିଯିବ ବୋଲି ଜଣେ ବରିଷ୍ଠ ସରକାରୀ ବୈଜ୍ଞାନିକ ସୂଚନା ଦେଇଛନ୍ତି। ସରକାରଙ୍କ ଦ୍ୱାରା ପରିଚାଳିତ ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍ଆର୍) ସହଯୋଗରେ ଭାରତ ବାୟୋଟେକ ପ୍ରସ୍ତୁତ କରୁଥିତ୍ବା କୋଭାକ୍ସିନ୍ ଟିକା ୨୦୨୧ ଦ୍ୱିତୀୟ ତ୍ରୈମାସିକ ବେଳକୁ ଉପଲବ୍ଧ ହେବ ବୋଲି ପୂର୍ବରୁ ଆଶା କରାଯାଉଥିଲା। ଏହା ଭଲ ଫଳାଫଳ ଦେଇଥିତ୍ବା କୋଭିଡ୍-୧୯ ଟାସ୍କଫୋର୍ସ ସଦସ୍ୟ ତଥା ଆଇସିଏମ୍ଆର୍ର ବରିଷ୍ଠ ବୈଜ୍ଞାନିକ ରଜନୀ କାନ୍ତ କହିଛନ୍ତି। ତେବେ ତୃତୀୟ ପରୀକ୍ଷା ଶେଷ ହେବା ପୂର୍ବରୁ କୋଭାକ୍ସିନ୍ ଟିକା ଲୋକଙ୍କୁ ଦିଆଯିବ କି ନାହିଁ, ସେନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ନିଷ୍ପତ୍ତି ନେବ ବୋଲି ସେ ସୂଚନା ଦେଇଛନ୍ତି। ଗୁରୁବାର ଦେଶରେ ୫୦,୨୦୧ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୩.୬ ଲକ୍ଷ ଅତିକ୍ରମ କରିଛି। ସେହିପରି କରୋନା ଜନିତ ମୃତ୍ୟୁସଂଖ୍ୟା ୧,୨୪,୩୧୫ରେ ପହଞ୍ଚତ୍ଲାଣି।