Categories: ବାଣିଜ୍ୟ

ଅଲ୍‌ ନ୍ୟୁ ପଲ୍‌ସର ଏନ୍‌୨୫୦ର ଅନାବରଣ

ଭୁବନେଶ୍ୱର,୧୨।୪(ଅଭୟ ଦାଶ): ବଜାଜ୍‌ ଅଟୋ ଲିମିଟେଡ୍‌ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଅଲ୍‌ ନ୍ୟୁ ପଲ୍‌ସର ଏନ୍‌୨୫୦’ର ସର୍ବଭାରତୀୟ ଉନ୍ମୋଚନ (ଅନାବରଣ) ନିକଟରେ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ଅଲ୍‌ ନ୍ୟୁ ପଲ୍‌ସର ଏନ୍‌୨୫୦ରେ ଅନେକ ବୈଶିଷ୍ଟ୍ୟ ସାଙ୍ଗକୁ ଆଧୁନିକ ଫିଚର ଏବଂ ୨୪୯ସିସିର ସିଙ୍ଗଲ ସିଲିଣ୍ଡର ଇଞ୍ଜିନ ସହ ୨୪.୧ବିଏଚ୍‌ପି,୨୧.୫ଏନ୍‌ଏମ୍‌ ଭଳି ସୁବିଧା ସାମିଲ ରହିଛି।

ସେହିଭଳି ୩୭ ଏମ୍‌ଏମ୍‌ ୟୁଏସ୍‌ଡି ଫର୍କ ସହିତ ୩ସ୍ତରୀୟ ଟିସିଏସ୍‌ ଆଣ୍ଡ ଏବିଏସ୍‌ ଟୋକ୍ନୋଲୋଜି ଏବଂ ସମ୍ପୂର୍ଣ୍ଣ ଡିଜିଟାଲ ଉପକରଣ ସାଙ୍ଗକୁ କନ୍‌ସୋଲ ଏବଂ ବ୍ଲୁ ଟୁଥ୍‌ କନେକ୍ଟିଭିଟି ଭଳି ସୁବିଧା ଅନ୍ତର୍ଭୁକ୍ତ ରହିଛି। ଅପରପକ୍ଷରେ ୫ସ୍ପିଡ୍‌ ଗିୟରବକ୍ସ ସହିତ ଓ୍ବାଇଡ୍‌ ଟାୟାର ଭଳି ଅନେକ ସୁରକ୍ଷାଭିତ୍ତିକ ସୁବିଧା ଓ ଫିଚର ଏହି ମଡେଲରେ ସାମିଲ ହୋଇଥିବାବେଳେ ଆକର୍ଷଣୀୟ ଡିଜାଇନ ଓ ୩ଟି ମନଲୋଭା ରଙ୍ଗ ସହ ବଜାର ମୂଲ୍ୟ (ଏକ୍ସ ଶୋ’ରୁମ୍‌ ନୂଆଦିଲ୍ଲୀ) ୧.୫୧ ଲକ୍ଷ ଟଙ୍କା ରହିଛି।

ଏ ସମ୍ପର୍କରେ ବଜାଜ୍‌ ଅଟୋ ଲିମିଟେଡ୍‌ର ସଭାପତି (ମୋଟରସାଇକେଲ) ସାରଙ୍ଗ କାଣ୍ଡେ କହିଛନ୍ତି, ଆମେ ଆମର ନୂତନ ମଡେଲ ‘ଅଲ୍‌ ନ୍ୟୁ ପଲ୍‌ସର ଏନ୍‌୨୫୦’କୁ ସର୍ବଭାରତୀୟ ସ୍ତରରେ ଉନ୍ମୋଚନକରି ବେଶ୍‌ ଉତ୍ସାହିତ ଅଛୁ। ଏପରିକି ଆମର ଏନ୍‌ ସିରିଜ ଘରୋଇ ବଜାରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିଲାବେଳେ ସିରିଜର ଅଗ୍ରଣୀ ମଡେଲ ଏନ୍‌୧୫୦ ଏବଂ ଏନ୍‌୧୬୦ ମଧ୍ୟ ପୂର୍ବରୁ ମାର୍କେଟ ଲିଡର ଭାବେ ବେଶ୍‌ ପ୍ରଭାବଶାଳୀ କାରବାର ସହ ଯୁବବର୍ଗଙ୍କ ନିକଟତର ହୋଇପାରିଥିଲା।

Share