ଚେକିଂରୁ ବଞ୍ଚିବା ପାଇଁ ଗାଡ଼ିରେ ଲଗାଇଥିଲେ କୋଭିଡ୍‌-୧୯ ଷ୍ଟିକର

ପାରଳାଖେମୁଣ୍ଡି,୩୦ା୫: କରୋନା ମହାମାରୀ ଏବଂ ଲକ୍‌ଡାଉନ ସମୟରେ ପ୍ରତିବନ୍ଧକ ମୁକ୍ତ ଯାତାୟତ ପାଇଁ ମେଡିକାଲ ଅଫିସର ଏବଂ ଉଚ୍ଚପଦସ୍ତ ସରକାରୀ କର୍ମଚାରୀଙ୍କୁ ଗାଡିରେ କୋଭିଡ୍‌-୧୯ ଷ୍ଟିକର ଲାଗାଇବାକୁ ସରକାର ଅନୁମତି ଦେଇଛନ୍ତି। କିନ୍ତୁ ଏହି ନିୟମର ଫାଇଦା ଉଠାଇ ଜଣେ ଚାଳକ ଗାଡିକୁ ବିବାହ କାର୍ଯ୍ୟରେ ନିୟୋଜିତ କରିଥିଲେ। ପୋଲିସ ଯାଞ୍ଚ ବେଳେ ଏହି ଘଟଣା ଗଜପତି ଜିଲା ପାରଳାଖେମୁଣ୍ଡି ଅଞ୍ଚଳରୁ ସାମ୍ନାକୁ ଆସିଛି।

ମିଳିଥିବା ସୂଚନା ମୁତାବକ, ଏକ ଇନୋଭା (ନଂ.ଓଡି-୨୦ଏ୦୦୦୧) ସରକାରୀ କାର୍ଯ୍ୟରେ ନିୟୋଜିତ ମେଡିକାଲ ଅଫିସର କୋଭିଡ୍‌-୧୯ ଷ୍ଟିକର ଲଗାଇ ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ଆନ୍ଧ୍ରପ୍ରଦେଶ ଯାଇଥିଲା। ରବିବାର ଉକ୍ତ ଗାଡ଼ିଟି ଫେରୁଥିବା ବେଳେ ପାରଳାଖେମୁଣ୍ଡି ପୋଲିସ ଗାଡିକୁ ଅଟକ ରଖିଛି। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି।

Share