ଭୁବନେଶ୍ୱର,୨୫।୨(ବ୍ୟୁରୋ): ଫେବୃୟାରୀ ୨୮ ତାରିଖରୁ ସମସ୍ତ କୋଭିଡ କେୟାର ସେଣ୍ଟର ବନ୍ଦ ହେବ । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିବାରୁ ବିଏମ୍ସି ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ରାଜଧାନୀରେ ଥିବା ହାଇଟେକ କୋଭିଡ ହସ୍ପିଟାଲ ଓ କିମ୍ସ କୋଭିଡ ହସ୍ପିଟାଲକୁ ମଧ୍ୟ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି । ଉଭୟ ହସ୍ପିଟାଲକୁ ବନ୍ଦ ନୋଟିସ ଦେଇଛି ଭୁବନେଶ୍ୱର ମହାନଗର ନିଗମ। ଏହା ବ୍ୟତୀତ ସମ ଓ ଆଦିତ୍ୟ ଅଶ୍ବିନୀ କୋଭିଡ ହସ୍ପିଟାଲର ଶଯ୍ୟା ସଂଖ୍ୟା କମାଯିବକୁ ନିଷ୍ପତ୍ତି ହୋଇଛି । । ବର୍ତ୍ତମାନ କେବଳ ୩୦ ଜଣ କୋଭିଡ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି। ସମ ହସ୍ପିଟାଲରେ ୭୦ ଓ ଆଦିତ୍ୟ ଅଶ୍ବିନୀ ହସ୍ପିଟାଲରେ ୩୦ ଲେଖାଏ ଶଯ୍ୟା ରହିବ। ତେଣୁ ଏପରି ନିଷ୍ପତ୍ତି ନିଆଯାଇଛି ବୋଲି ବିଏମସି ଡେପୁଟି କମିଶନର ଶୁଭେନ୍ଦୁ କୁମାର ସାହୁ ସୂଚନା ଦେଇଛନ୍ତି ।