ଏଣିକି ୨୨ଶହ ନୁହେଁ ୧୨ଶହ

ଭୁବନେଶ୍ୱର,୨୫।୮(ବ୍ୟୁରୋ): ଶସ୍ତା ହେଲା କୋଭିଡ ଟେଷ୍ଟ। ଏଣିକି ଘରୋଇ ସଂସ୍ଥାରେ କୋଭିଡ୍‌ ଟେଷ୍ଟ ପୂର୍ବଠାରୁ ଶସ୍ତା ହେବ। ଆର୍‌ଟି ପିସିଆର୍‌ ଟେଷ୍ଟ ୧୨ଶହ ଟଙ୍କାରେ ହେବ। ପୂର୍ବରୁ ଏହା ୨୨ଶହ ଟଙ୍କା ଥିଲା। ଏନେଇ ମଙ୍ଗଳବାର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି।