୧୯ରୁ ପୁଣି କୋଭିଡ୍‌ ଟିକାକରଣ ଆରମ୍ଭ

ଭୁବନେଶର,୧୬।୧(ବ୍ୟୁରୋ): ରାଜ୍ୟରେ ଆସନ୍ତା ୧୯ ତାରିଖରୁ ପୁଣି କୋଭିଡ୍‌ ଟିକାଦାନ ଆରମ୍ଭ ହେବ। ନିର୍ଦ୍ଦିଷ୍ଟ ସରକାରୀ ସାସ୍ଥ୍ୟ କେନ୍ଦ୍ରରେ ପୂର୍ବ ପରି ଲୋକଙ୍କୁ କୋଭିଡ୍‌ ଟିକା ଦିଆଯିବ। ଦ୍ୱିତୀୟ ଏବଂ ବୁଷ୍ଟର ଡୋଜ୍‌ ଟିକା ନେଇ ନ ଥିବା ଲୋକଙ୍କୁ ଟିକା ଏହି ଦିଆଯିବ । ସ୍ବାସ୍ଥ୍ୟକେନ୍ଦ୍ରରେ କେବଳ କୋଭିସିଲ୍ଡ ଟିକା ଉପଲବ୍ଧ ହେବ। ସୋମବାର ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

Share