ଡୁଙ୍ଗୁରିପାଲି,୨୮ା୫(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକରେ ଫେଲ୍ ମାରିଛି ସରକାରଙ୍କ ଗାଈ ଗୁହାଳ ଯୋଜନା। ଖୋଲାଆକାଶ ତଳେ ଗାଈ ରଖୁଛନ୍ତି ଚାଷୀ। ଏହି ଦୃଶ୍ୟ ଦେଖିବାକୁ ମିଳିଛି ବୈଇଦୁପାଲି ଗ୍ରାମ ପଞ୍ଚାୟତ ବଡ଼ ଫଟାମୁଣ୍ଡା ଗ୍ରାମରେ ା ଗ୍ରାମର ହାରାଧନ ଭୁଏ ଦୀର୍ଘ ୧୫ ବର୍ଷ ହେବ ଗାଈ ପାଳନ କରି ନିଜ ପରିବାର ପ୍ରତିପୋଷଣ କରି ଆସୁଛନ୍ତି। ପରିବାରରେ ତାଙ୍କର ଦୁଇ ଝିଅ ଓ ସ୍ତ୍ରୀ ମିଶି ୪ ଜଣ ା ସେ ୭ ଗୋଟି ଗାଈ ରଖିଛନ୍ତି। ପ୍ରତିଦିନ ସକାଳେ ସ୍ଥାନୀୟ ସୋସାଇଟିକୁ କ୍ଷୀର ଦେଇଥାଆନ୍ତି।କ୍ଷୀର ବିକ୍ରି କରି ସେଥିରୁ ମିଳୁଥିବା ଟଙ୍କାରେ ନିଜ ପରିବାର ଚଳାଉଥିବା ବେଳେ ଗତବର୍ଷ ବଡ଼ ଝିଅକୁ ବିବାହ କରିଥିବା ପ୍ରକାଶ କରିଛନ୍ତି। ତେବେ ଅର୍ଥାଭାବରୁ ଗାଈଗୁଡିକ ରଖିବା ପାଇଁ ଗୁହାଳ ଘର ଗୋଟିଏ ତିଆରି କରି ପାରୁନାହାନ୍ତି। ଫଳରେ ଗାଈଗୁଡିକୁ ଖରା ବର୍ଷା ଶୀତରେ ଖୋଲାଆକାଶ ତଳେ ରଖିବାକୁ ପଡୁଛି ା ଝାଟିମାଟି ରେ ପୁଆଲ ଦେଇ ଗାଈଗୁଡିକୁ ରଖିବାକୁ ପଡୁଛି। ସରକାରୀ ଯୋଜନାରେ ଗାଈ ଗୁହାଳ ଘର ପାଇବା ପାଇଁ ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଅନେକ ଥର କହିଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିବା ହାରାଧନ ପ୍ରକାଶ କରିଛନ୍ତି। ଯଥାଶୀଘ୍ର ଏ ଦିଗରେ ପଦକ୍ଷେପ ନେବାକୁ ଦାବି ସେ ଦାବି କରିଛନ୍ତି ା ଏ ସମ୍ପର୍କରେ ବୈଇଦୁପାଲି ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ବିରେନ ଦାସଙ୍କୁ ପଚାରିବାରେ ବ୍ଲକରୁ ଯନ୍ତ୍ରୀଙ୍କୁ ନେଇ ତାଙ୍କ ଘର ଯାଇ ଦେଖିଲା ପରେ ବିହିତ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଛନ୍ତି।