ବୃଦ୍ଧାଙ୍କ ଜୀବନ ନେଲା ପାଗଳା ଗାଈ

ବୌଦ୍ଧ,୫।୭(ସ୍ବ.ପ୍ର)-ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ବନ୍ଧାପଥର ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ଏକ ପାଗଳା ଗାଈ ଆକ୍ରମଣରେ ସେହି ଗ୍ରାମର ଜଣେ ୮୦ ବର୍ଷିୟା ବୃଦ୍ଧାଙ୍କ ମୃତ୍ୟୁ ହୋଇଛି।
ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ, ଗ୍ରାମର ଗୋଟିଏ ଗାଈକୁ କିଛିଦିନ ତଳେ ଏକ କୁକୁର କାମୁ ଦେଇଥିଲା। ଫଳରେ ଉକ୍ତ ଗାଈଟି ପାଗଳ ହୋଇ ଗ୍ରାମବାସୀଙ୍କୁ ଦେଖିଲେ ଗୋଡାଉଥିଲା। ଗତ ଶନିବାର ସାରେ ଗ୍ରାମର ଜଣେ ବୃଦ୍ଧାଙ୍କୁ ଉକ୍ତ ଗାଈଟି ଶୁଣ୍ଢରେ ଆକ୍ରମଣ କରିବା ସହିତ କାମୁଡି ଦେଇଥିଲା। ଫଳରେ ସେ ଗୁରୁତର ହୋଇଥିଲେ। ତେବେ ରବିବାର ସକାଳୁ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିଲା। ଗାଈଟିକୁ ବାନ୍ଧିବା ପାଇଁ ଗ୍ରାମବାସୀ ଉଦ୍ୟମ କରି ବିଫଳ ହୋଇଥିବାବେଳେ ଗାଈଟିର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

Share