Categories: ଫୁରସତ

ହସ୍ପିଟାଲରେ ପଶି ତାଣ୍ଡବ ରଚିଲା ଗାଈ, ଭିଡିଓ ଦେଖିଲେ…

ଦକ୍ଷିଣ ଆମେରିକାର କଲମ୍ବିଆସ୍ଥିତ ଏକ ହସ୍ପିଟାଲରେ ଅଜବ ଘଟଣା ଘଟିଛି। ଏହି ହସ୍ପିଟାଲ ମଧ୍ୟକୁ ଏକ ଗାଈ ପଶି ଆସି ତାଣ୍ଡବ ରଚିଛି। ଏଠାରେ ଥିବା ଆସବାବପତ୍ର ସବୁ ଭଙ୍ଗାରୁଜା କରିବା ସହ ରୋଗୀମାନଙ୍କୁ ମଧ୍ୟ ମାରି ଖଣ୍ଡିଆ ଖାବରା କରିଦେଇଛି। ଜଣେ ମହିଳାଙ୍କୁ ଶିଙ୍ଗରେ ଟେକି କଚାଡ଼ି ଦେଇଛି।

ଏହି ଘଟଣା ସିସିଟିଭିରେ କଏଦ ହୋଇଛି। ଯାହା ଏବେ ଭାଇରାଲ ହେଉଛି। ଭିଡିଓରେ ଦେଖିବାକୁ ମିଳିଛି, ଗାଈଟି ହସ୍ପିଟାଲ ଭିତରକୁ ପଶି ଆସିବାରୁ ଲୋକେ ଏଣେତେଣେ ଦୌଡୁଛନ୍ତି। ଲୋକେ ନିଜକୁ ସୁରକ୍ଷିତ ରଖିବା ପାଇଁ ଗୋଟିଏ କୋଣରେ ରୁଣ୍ଡ ହୋଇଯାଉଥିବା ନଜର ଆସିଛି। କିନ୍ତୁ ଗାଈଟି ଲୋକମାନଙ୍କୁ ବି ଛାଡ଼ି ନାହିଁ। ସେମାନଙ୍କ ଉପରେ ହମଲା କରିଛି। ଏହି ଲୋକମାନଙ୍କ ମଧ୍ୟରୁ ଜଣେ ମହିଳାଙ୍କୁ ଟେକି କଚାଡ଼ି ଦେବାରୁ ସେ ଆହତ ହୋଇଛନ୍ତି। ହସ୍ପିଟାଲର ଡାକ୍ତର ଚିକିତ୍ସା କରିଥିବା ବେଳେ ମହିଳା ଜଣକ ସୁସ୍ଥ ଥିବା କହିଛନ୍ତି।

Share