ଏକ ଅଧ୍ୟୟନରେ କୁହାଯାଇଛି ଯେ, ଗାଈ ପେଟରେ ଏମିତି ଏକ କେମିକାଲ ରହିଛି। ଯାହା ପ୍ଲାଷ୍ଟିକ୍କୁ ନଷ୍ଟ କରିଦେବ। ମେଣ୍ଢାଙ୍କଠାରେ ମଧ୍ୟ ଏହି କେମିକାଲ ଥିବା ବିଶେଷଜ୍ଞମାନେ ସନ୍ଧାନ ପାଇଛନ୍ତି। ଏହି କେମିକାଲ ଦ୍ୱାରା ସୋଡା ବୋତଲ, ଖାଦ୍ୟ ପ୍ୟାକେଟ ଏବଂ ପ୍ଲାଷ୍ଟିକ୍ ସାମଗ୍ରୀକୁ ସହଜରେ ନଷ୍ଟ କରାଯାଇପାରିବ। ଏହାକୁ ତରଳାଇବା ସହ ରିସାଇକ୍ଲିଂ ମଧ୍ୟ କରାଯାଇପାରିବ। ୟୁନିଭର୍ସିଟି ଅଫ୍ ମିନୋସୁଟା ଅନୁଯାୟୀ,ଏଥିରେ ର୍ୟୁମେନ ନାମକ ଏକ ତରଳ ପଦାର୍ଥ ରହିଛି। ଗାଈଗୋରୁ ଅଧିକ ପରିମାଣର ଘାସ ଖାଉଥିବାରୁ ଏମାନଙ୍କ ଶରୀରରେ ପ୍ରାକୃତିକ ପଲିଷ୍ଟର ସୃଷ୍ଟି ହୋଇଥାଏ। ଯାହାକୁ କ୍ୟୁଟିନ୍ କୁହାଯାଏ।
ଗାଈଗୋରୁ ବହୁତ ମାତ୍ରାରେ ଗଛପତ୍ର ଖାଇଥାନ୍ତି। ଏଣୁ ଏମାନଙ୍କ ପେଟରେ ଏମିତି ମାଇକ୍ରୋବସ୍ ମିଳିବାର ସମ୍ଭାବନା ଥାଏ। ଯାହା ପ୍ଲାଷ୍ଟିକ ନଷ୍ଟ କରୁଥିବା ଏଞ୍ଜାଇମ୍ କଟିନେସେସ୍ କୁହାଯାଏ।