ଜବାବ ଦେଉନି ସିପିସିବି

ଯାଜପୁର ଅଫିସ,୩୦ା୮: ଯାଜପୁର ଜିଲା ସୁକିନ୍ଦା ଖଣି ଅଞ୍ଚଳରେ ବେଦାନ୍ତ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଫାକର ଓସ୍ତପାଳ କ୍ରୋମାଇଟ ଖଣିରୁ ଡମଶାଳା ନାଳକୁ ବର୍ଜ୍ୟଜଳ ଛାଡ଼ିବା ମାମଲା କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ସିପିସିବି)ରେ ଝୁଲିରହିଛି। ଅଭିଯୋଗର ପ୍ରମାଣ ଖୋଦ୍‌ ବେଦାନ୍ତର ଖଣି କର୍ମଚାରୀଙ୍କ ମଧ୍ୟରେ ହୋଇଥିବା ହ୍ବାଟ୍ସଆପ୍‌ ଗ୍ରୁପ୍‌ କଥାବାର୍ତ୍ତାରୁ ମିଳିସାରିଛି। ଏହାସତ୍ତ୍ୱେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍‌ପିସିବି) କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରସ୍ତୁତ କରିଥିବା ରିପୋର୍ଟରେ ବେଦାନ୍ତକୁ କ୍ଲିନ୍‌ଚିଟ୍‌ ଦିଆଯାଇଥିଲା। ତାହାକୁ ଏସ୍‌ପିସିବିର ସଦସ୍ୟ ସଚିବ ଗତ ଜୁନ୍‌ ୨୧ ତାରିଖରେ ସିପିସିବିରେ ଦାଖଲ କରିଥିଲେ। ଏନେଇ ଅଭିଯୋଗକାରୀ ଆର୍‌.କେ. ସିଂ ଆପତ୍ତି ଉଠାଇବା ପରେ ସିପିସିବିର ଡିଏଚ୍‌-ପିଆର୍‌-ଡିଭିଜନ ପକ୍ଷରୁ ଏମ୍‌.କେ. ଚୌଧୁରୀ ଗତ ଜୁଲାଇ ୧୩ରେ ଏସ୍‌ପିସିବି ସଦସ୍ୟ ସଚିବଙ୍କୁ ଜବାବ ତଲବ (ପତ୍ରସଂଖ୍ୟା: ସିବି/ପିଆର୍‌/ପିଜି/୨୦୨୧-୨୨) କରିଥିଲେ। କିନ୍ତୁ ଆଜି ଯାଏ ଏସ୍‌ପିସିବି ପକ୍ଷରୁ ଉତ୍ତର ଦିଆଯାଇନାହିଁ। ସିପିସିବି ମଧ୍ୟ ନୀରବିଯାଇଛି। କେବଳ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନୁହେଁ, କେନ୍ଦ୍ର ବୋର୍ଡ ମଧ୍ୟ ନିରବ ରହିବା ବିଷୟ ସ୍ଥାନୀୟ ଜନସାଧାରଣଙ୍କୁ ଆଶ୍ଚର୍ଯ୍ୟ କରୁଛି।
ଅଭିଯୋଗ ଅନୁସାରେ ଓସ୍ତପାଳ କ୍ରୋମାଇଟ ଖଣି ଗର୍ଭରେ ରହିଥିବା ପ୍ରାୟ ୧୫ ଲକ୍ଷ ଘନମିଟର ବିଷାକ୍ତ ପାଣିକୁ ଏଫ୍ଲୁଏଣ୍ଟ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ(ଇଟିପି) ବାହାରେ ଡମଶାଳା ନାଳରେ ଛଡ଼ାଯାଇଥିଲା। ଏନେଇ କେନ୍ଦ୍ର ସରକାରଙ୍କ ସେଣ୍ଟ୍ରାଲାଇଜ୍‌ଡ ପବ୍ଲିକ ଗ୍ରିଭାନ୍ସ ରିଡ୍ରେସ ଆଣ୍ଡ ମନିଟରିଂ ସିଷ୍ଟମ ଏବଂ ଯାଜପୁର ଜିଲାପାଳ ଓ ଏସ୍‌ପିସିବିକୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ସମେତ ଆର୍‌.କେ. ସିଂ ଅଭିଯୋଗ କରିଥିଲେ। ଏହାପରେ ଏସ୍‌ପିସିବି ଜରିଆରେ ଏହି ଅଭିଯୋଗର ତଦନ୍ତ ହୋଇଥିଲେ ହେଁ ବେଦାନ୍ତକୁ ସୁହାଇଲା ଭଳି ରିପୋର୍ଟ ସିପିସିବିଠାରେ ଦାଖଲ ହୋଇଥିଲା। ଏହାପରେ ଅଭିଯୋଗକାରୀ ଆର୍‌.କେ. ସିଂ ୬ା୭ା୨୦୨୧ରେ ସିପିସିବିରେ ଅଭିଯୋଗ କରି ଦର୍ଶାଇଥିଲେ ଯେ, ବେଦାନ୍ତ ଖଣିର ବର୍ଜ୍ୟଜଳ ସିଧାସଳଖ ଡମଶାଳା ନାଳରେ ଛଡ଼ାଯାଇଥିବା ପ୍ରମାଣିତ ହୋଇସାରିଛି। ତେଣୁ ଏସ୍‌ପିସିବିର ତଦନ୍ତ ଅଧିକାରୀ ହୁଏତ କିଛି ଜାଣିନାହାନ୍ତି କିମ୍ବା ସେ ବେଦାନ୍ତ ନିର୍ଦ୍ଦେଶକୁ ଅନୁସରଣ କରି ତଦନ୍ତ ରିପୋର୍ଟ ଦାଖଲ କରିଥିଲେ। ତେଣୁ ଏହାର ଉପଯୁକ୍ତ ଓ ନିରପେକ୍ଷ ତଦନ୍ତ କରିବାକୁ ସେ ସିପିସିବିକୁ ଅନୁରୋଧ କରିଥିଲେ। ତଦନୁଯାୟୀ ଅଭିଯୋଗକାରୀଙ୍କୁ ଠିକ୍‌ ଉତ୍ତର ଦେବା ପାଇଁ ସିପିସିବି ପକ୍ଷରୁ ଏସ୍‌ପିସିବିକୁ ନିର୍ଦ୍ଦେଶ ହୋଇଥିଲା, ଯାହାକି କାର୍ଯ୍ୟକାରୀ ହୋଇନାହିଁ। ଇତିମଧ୍ୟରେ ଅଭିଯୋଗକାରୀ ସିଂ ଇମେଲ୍‌ ଯୋଗେ ଏକାଧିକ ଥର ସିପିସିବିଙ୍କୁ ଉତ୍ତର ମାଗିଥିଲେ ହେଁ କୌଣସି ଜବାବ ମିଳୁ ନାହିଁ। ଫାକର ଖଣି କମ୍ପାନୀର ଜେନେରାଲ ମ୍ୟାନେଜର ଏ.କେ. ପାତ୍ର ୨୦୨୦ ନଭେମ୍ବର ୧୩ରେ ବେଦାନ୍ତ ସିଇଓଙ୍କୁ କାଳିଆପାଣି ଥାନାଧିକାରୀ, ଏସ୍‌ପିସିବି କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ, ଡିଡିଏମ୍‌ ପ୍ରମୁଖଙ୍କ ପାଇଁ ଇମେଲ୍‌ ଯୋଗେ ମାସିକ ଟଙ୍କା ମାଗିଥିବାବେଳେ ସିପିସିବି ଅଧିକାରୀମାନେ ନିରବ ରହିବା ସନ୍ଦେହ ସୃଷ୍ଟି କରୁଛି। ଏନେଇ ଏସ୍‌ପିସିବି କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍‌ କଲ୍‌ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

କେରଳର ଆର୍‌. ବିଶ୍ୱନ ମହୁ ଚାଷକରି ବର୍ଷକୁ ୨୫ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ତାଙ୍କ ଫାର୍ମରେ ଏବେ ୬,୦୦୦ ମହୁ ବାକ୍ସ ଅଛି ଓ...

ଓଡ଼ିଶାର ବିକାଶ ଓ ଶ୍ରୀଜଗନ୍ନାଥ

ଗୋଟିଏ ରାଜ୍ୟର ବିକାଶ ବିବିଧ ଉତ୍ସ ଦ୍ୱାରା ହୋଇଥାଏ। ତନ୍ମଧ୍ୟରେ ପର୍ଯ୍ୟଟନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଓଡ଼ିଶା କଳା, ସଂସ୍କୃତି, ପ୍ରାକୃତିକ ପରିବେଶ ତଥା ଧାର୍ମିକ...

ନଦୀରେ ଖସିଲା ହେଲିକପ୍ଟର: ୬ ମୃତ

ନ୍ୟୁୟର୍କ,୧୨।୪:ନ୍ୟୁୟର୍କ ସିଟିର ହଡ୍‌ସନ ନଦୀରେ ଏକ ହେଲିକପ୍ଟର ଖସିପଡ଼ିବାରୁ ଏଥିରେ ଥିବା ସମସ୍ତ ୬ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସ୍ପେନ୍‌ର ଟେକ୍‌ନୋଲୋଜି କମ୍ପାନୀ...

Dillip Cherian

ଟାରିଫ୍‌ ଝଡ଼

ଟାରିଫ୍‌ ଝଡ଼କୁ ନିୟନ୍ତ୍ରଣକରିବା ପାଇଁ ବାବୁମାନେ ନିଆରା ତରିକା ଆପଣାଇଛନ୍ତି ଏବଂ ନିକଟରେ ବିଜ୍ଞାନ ଭବନରେ ଅନୁଷ୍ଠିତ କାର୍ଯ୍ୟକ୍ରମ ଏହାର ଏକ ସ୍ପଷ୍ଟ ଦୃଷ୍ଟାନ୍ତ। ଟ୍ରମ୍ପ୍‌...

ବିଧାନସଭା ନିର୍ବାଚନର ବର୍ଷକ ପୂର୍ବରୁ ବଳିପଡ଼ିଲେ ଆନ୍ନାମଲାଇ

ଚେନ୍ନାଇ/ନୂଆଦିଲ୍ଲୀ,୧୨ା୪:ତାମିଲନାଡ଼ୁ ବିଧାନସଭାର ଆସନ ସଂଖ୍ୟା ୨୩୪। ସରକାର ଗଢ଼ିବା ପାଇଁ କୁହୁକ ସଂଖ୍ୟା ହେଉଛି ୧୧୮। ୨୦୨୧ ଏପ୍ରିଲ ୬ରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ପୂର୍ବତନ...

ରାଜପଥରେ କିଏ ଛାଡ଼ିଗଲା ବାଇକ୍‌, ଲୋକେ ଭୟଭୀତ

ଦାରିଙ୍ଗବାଡ଼ି,୧୨ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତ ୫୯ ନଂ ଜାତୀୟରାଜପଥର କାରିପାଙ୍ଗାଠାରେ ଏକ ଅଜଣା ଲୋକ ବାଇକ୍‌ ଛାଡ଼ି ପଲାଇଯାଇଥିବା ନେଇ...

ବଢ଼ୁଛି କନ୍ୟାଭ୍ରୂଣ ହତ୍ୟା: ୩୦୦ ଗର୍ଭପାତ କେନ୍ଦ୍ରର ଲାଇସେନ୍ସ ରଦ୍ଦ

ଚଣ୍ଡୀଗଡ଼,୧୨।୪:ହରିୟାଣାରେ ପୁଅଙ୍କ ତୁଳନାରେ ଝିଅ ସଂଖ୍ୟା ଉଦ୍‌ବେଗଜନକ ଭାବେ ହ୍ରାସ ପାଇଚାଲିଛି। ୨୦୨୪ର ତଥ୍ୟ ଅନୁଯାୟୀ ପ୍ରତି ୧୦୦୦ ପୁଅରେ ଝିଅ ସଂଖ୍ୟା ୯୧୦କୁ ହ୍ରାସ...

ଭିଜିଲାନ୍ସ କୋର୍ଟରେ ପୂର୍ବତନ ସିଡିପିଓ ଦଣ୍ଡିତ

ଭବାନୀପାଟଣା,୧୨ା୪(ଉତ୍ତମ କୁମାର ଦାଶ): ନୂଆପଡ଼ା ଜିଲା ସିନାପାଲି ବ୍ଲକର ପୂର୍ବତନ ସିଡିପିଓ ବିଜୟା ଲକ୍ଷ୍ମୀ ମାରାଣ୍ଡି ଶୁକ୍ରବାର ଭିଜିଲାନ୍ସ କୋର୍ଟରେ ଦଣ୍ଡିତ ହୋଇଛନ୍ତି। ଭବାନୀପାଟଣା ସ୍ବତନ୍ତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image