Categories: ଜାତୀୟ

ପୂର୍ବରୁ ସିପିଏମ୍‌ ମୋତେ ପିଟୁଥିଲା, ଏବେ ତାହା ଭାଜପା କରୁଛି: ମମତା ବାନାର୍ଜୀ

କୋଲକାତା,୧୭।୩: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ନିର୍ବାଚନ ରାଲିରେ ଉଭୟ ବିରୋଧୀ ଦଳ ସିପିଏମ ଏବଂ ଭାଜପାକୁ ଟାର୍ଗେଟ କରିଛନ୍ତି। ସେ କହିଥିଲେ, ମୋ ଜୀବନରେ ଅନେକ ଥର ମାଡ ଖାଇଛି। ପୂର୍ବରୁ ସିପିଏମ ମୋତେ ମାଡ ମାରୁଥିଲା, ଏବେ ଭାଜପା ମଧ୍ୟ ସେପରି କରିବା ଆରମ୍ଭ କରିଛି। ସିପିଏମ୍‌ର ଲୋକମାନେ ଏବେ ଭାଜପାରେ ପରିଣତ ହୋଇଛନ୍ତି। ଏହି ସମୟରେ କିଛି ଷଡଯନ୍ତ୍ରକାରୀ ଏବଂ ଲୋଭୀ ଲୋକ ମଧ୍ୟ ଭାଜପାରେ ଯୋଗ ଦେଇଛନ୍ତି। ଉଲ୍ଲେଖନୀୟ କଥା ହେଉଛି, କିଛି ଦିନ ପୂର୍ବରୁ ନନ୍ଦିଗ୍ରାମରେ ମମତା ବାନାର୍ଜୀଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ରାଜ୍ୟ ରାଜନୀତିରେ ଅନେକ ପ୍ରତିବାଦ ହୋଇଥିଲା। କିନ୍ତୁ ପରେ ମମତାଙ୍କ ଉପରେ ଆକ୍ରମଣ ହୋଇଥିବା କୌଣସି ପ୍ରମାଣ ନାହିଁି ବୋଲି ନିର୍ବାଚନ ଆୟୋଗ ପକ୍ଷରୁ କୁହାଯାଇଥିଲା।

Share