ସମସ୍ତେ କଖାରୁ ଦେଖିଥିବେ ନିଶ୍ଚିତ। ମାତ୍ର ୧ କ୍ୱିଣ୍ଟାଲ ଓଜନର କଖାରୁ କେବେ ଦେଖିଛନ୍ତି। ଯଦି ନା ତେବେ ବାର୍ନେସିଭିଲ୍ରେ ଏପରି ଦେଖିବାକୁ ମିଳିଛି। ଏହି କଖାରୁରୁ ଓଜନ ଏତେ ଥିଲା ଯେ, ଉଠାଇବା ପାଇଁ କ୍ରେନ୍ ଦରକାର ପଡ଼ିଲା।
ବାର୍ନେସିଭିଲ୍ର ୫୭ ତମ ବାର୍ଷିକ ଉତ୍ସବକୁ ଏକ କଖାରୁ ଆସିଥିଲା। ଯାହାର ଓଜନ ୧୦୦୦ କିଗ୍ରା ଅର୍ଥାତ୍ ୧ କ୍ୱିଣ୍ଟାଲ ଥିଲା। ଏହି କଖାରୁ ଆଉ ତରାଜୁରେ ଓଜନ ହୋଇପାରି ନ ଥିଲା। ଏଥିପାଇଁ କ୍ରେନ୍ ଡକାଯାଇଥିଲା। ଏହାକୁ ଜେଫ୍ ଥିଲ୍ ନାମକ ଜଣେ ବ୍ୟକ୍ତି ଫଳାଇଥିଲେ। ଏହାର ଶ୍ରେୟ ସେ ତାଙ୍କ ବନ୍ଧୁଙ୍କୁ ଦେଇଛନ୍ତି। ସେ କହିଛନ୍ତି, ମୋ ବନ୍ଧୁଙ୍କ ସାହାଯ୍ୟ ଯୋଗୁ ମୁଁ ଏହି ପ୍ରତିଯୋଗିତାରେ ଜିତିବାର ସୌଭାଗ୍ୟ ଅର୍ଜନ କରିଛି।
ସେ କହିଛନ୍ତି, ମୁଁ ଏମିତି ଜଣେ ବ୍ୟକ୍ତିଙ୍କଠାରୁ ମଞ୍ଜି ଆଣିଥିଲି ଯିଏ କି କ୍ୟାନସରରେ ପ୍ରାଣ ହରାଇଥିଲେ। ମୁଁ ତାଙ୍କ ସ୍ତ୍ରୀଙ୍କୁ ଇମେଲ କରିଥିଲି। ସେତେବେଳେ କଖାରୁ ଲଗାଇବା ୫୦ ଦିନ ହୋଇଥିଲା। ଧିରେ ଧିରେ ଏହି କଖାରୁର ଓଜନ ବଢ଼ିବାକୁ ଲାଗିଥିଲା। ଓଜନ ଏତେ ହୋଇଥିଲା ଯେ, ଏହାକୁ ଉଠାଇବା ସମ୍ଭବପର ହୋଇ ନ ଥିଲା। ଶେଷରେ କ୍ରେନ୍ ସାହାଯ୍ୟରେ ଉଠାଯାଇ ପ୍ରତିଯୋଗିତାକୁ ନିଆଯାଇଥିଲା।