କୋଭିଡ୍‌-୧୯ କାର୍ଯ୍ୟରେ ଅବହେଳା କରି ସିଆର୍‌ସିସି ନିଲମ୍ବିତ

ବନ୍ତ,୨୬ା୬(ଡି.ଏନ୍‌.ଏ./ସ୍ବ.ପ୍ର.) : ଭଦ୍ରକ ଜିଲା ବନ୍ତ ବ୍ଲକ ଆଡ଼ିଆ ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ବନମାଳୀ ନାୟକଙ୍କୁ ଗୁରୁବାର କାର୍ଯ୍ୟରୁ ନିଲମ୍ବନ କରାଯାଇଛି। କୋଭିଡ୍‌-୧୯ କାର୍ଯ୍ୟରେ ଅବହେଳା ଓ ରାଜନୈତିକ କାର୍ଯ୍ୟକଳାପରେ ସଂଶ୍ଲିଷ୍ଟ ରହି କାର୍ଯ୍ୟରେ ବିଘ୍ନ ସୃଷ୍ଟି କରୁଥିବା ଅଭିଯୋଗରେ ଜିଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ବ୍ଲକ ଶିକ୍ଷାଧିକାରୀ କୈଳାସ ଚନ୍ଦ୍ର ଜେନା ତାଙ୍କୁ ନିଲମ୍ବନ କରିଛନ୍ତି। ଚିଠି ନଂ-୧୧୫୬/ ତା-୨୫-୬-୨୦୨୦ ଏହା ଦର୍ଶାଯାଇଛି। ଏଥି ସହିତ କାଦବରାଙ୍ଗ ସିଆରସିସି ମନୋଜ କୁମାର ନାୟକଙ୍କୁ ଦାୟିତ୍ୱଭାର ପ୍ରଦାନ କରିବା ନେଇ ନାୟକଙ୍କୁ ନିର୍ଦ୍ଦେଶ ଦିଆଯାଇଛି।