ମହାକାଳପଡ଼ା,୧୩।୭(ପ୍ରତାପ ଚନ୍ଦ୍ର ସ୍ବାଇଁ)କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଦେଇ ବହି ଯାଉଥିବା ମହାନଦୀର ଗତିପଥରେ ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳୁଛି ା ଏହି କାରଣରୁ ନଦୀ ମଝିରେ ବୃହତ୍ ବାଲି ପଠା ସୃଷ୍ଟି ହୋଇଛି। ଫଳରେ ସାମୁଦ୍ରିକ ଜୁଆର ପ୍ରଭାବରେ ନାବିକମାନେ ଜାଣି ନ ପାରି ଫେରି ଘାଟ, ମାଛଧରା ଡଙ୍ଗା ଦୁର୍ଘଟଣାଗସ୍ତ ହେଉଥିବା ନଜିର ରହିଛି। ଅପରପକ୍ଷେ ଗତକିଛି ମାସ ହେବ ମହାନଦୀ ଶିଳ୍ପାଞ୍ଚଳ ପାର୍ଶ୍ୱରେ ବଡ଼ ବଡ଼ ମେଶିନରେ ଡ୍ରେଜିଂ ହେବା ଦ୍ୱାରା ବାଲି ସବୁ ଜଳ ସ୍ରୋତରେ ଭାସି ଆସି ଅପର ପାର୍ଶ୍ୱର ନଦୀ ମଝିରେ ବିପୁଳ ପରିମାଣରେ ଜମି ରହୁଛି ା ଏହା ପଠା ସୃଷ୍ଟିର କାରଣ ବୋଲି ବୁଦ୍ଧିଜୀବୀମାନେ ଆଶଙ୍କା ପ୍ରକାଶ କରିଛନ୍ତି। ଯଦି ଏହି ଭଳି କିଛି ବର୍ଷ ଚାଲେ ତେବେ ମହାନଦୀ ତାର ପୂର୍ବ ସୌନ୍ଦର୍ଯ୍ୟ ହରାଇ ବସିବ ବୋଲି ମତ ପ୍ରକାଶ ପାଇଛି ା ଏପରି କି ବତୀଘର ସଂଲଗ୍ନ ହେଟା ମୁଣ୍ଡିଆ ସଂରକ୍ଷିତ ଜଙ୍ଗଲ ମୁହାଣ ବଙ୍ଗୋପ ସାଗର ଗର୍ଭରେ ଲୀନ ହୋଇଛି।