Categories: ବାଣିଜ୍ୟ

ସାହାରାଶ୍ରୀଙ୍କ ଅସ୍ଥି ଗଙ୍ଗାରେ ବିସର୍ଜିତ

ଭୁବନେଶ୍ୱର,୨୩ା୧୧(ଅନୁରାଧା ମହାରଣା): ସାହାରାଶ୍ରୀ ଭାବେ ପରିଚିତ ସାହାରା ଇଣ୍ଡିଆର ଚେୟାରମ୍ୟାନ ସ୍ବର୍ଗତ ସୁବ୍ରତ ରାୟ ସାହାରାଙ୍କ ଅସ୍ଥି ବିସର୍ଜନ ନିକଟରେ ଶେଷ ହୋଇଯାଇଛି। ବୁଧବାର ହରିଦ୍ୱାର ଓ ବାରାଣସୀର ପବିତ୍ର ଗଙ୍ଗାରେ ଅସ୍ଥି ବିସର୍ଜନ ହୋଇଥିବା ବେଳେ ମଙ୍ଗଳବାର ପ୍ରୟାଗରାଜର ସଙ୍ଗମସ୍ଥଳରେ ସାହାରାଶ୍ରୀଙ୍କ ଅସ୍ଥି ବିସର୍ଜନ କରାଯାଇଥିଲା। ଏହି ଅବସରରେ ସାହାରାଶ୍ରୀଙ୍କ ସାନଭାଇ ଜୟବ୍ରତ ରାୟ, ସାହାରା ଇଣ୍ଡିଆ ପରିବାରର ଡେପୁଟି ମ୍ୟାନେଜିଂ ଓ୍ବାର୍କର ଓ. ପି. ଶ୍ରୀବାସ୍ତବଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।

Share