ସ୍ବର୍ଗଦ୍ୱାରରୁ ଶବଦାହ କଟକଣା ହଟିଲା

ପୁରୀ ଅଫିସ,୨୮।୧: ପୁରୀ ସ୍ବର୍ଗଦ୍ୱାରରେ ଶବଦାହ ଓ ମହୋଦଧିରେ ଅସ୍ଥି ବିସର୍ଜନ ଉପରେ ଥିବା କଟକଣାକୁ ହଟାଇ ଦିଆଯାଇଛି। ପୁରୀ ଜିଲା ବାହାର ଲୋକଙ୍କୁ ସ୍ବର୍ଗଦ୍ୱାରରେ ଶବଦାହ ଓ ମହୋଦଧିରେ ଅସ୍ଥି ବିସର୍ଜନ ପାଇଁ ପୁରୀ ପ୍ରଶାସନ ପୁଣି ଅନୁମତି ଦେଇଛି। ଏଣିକି ଯେ କେହି ବ୍ୟକ୍ତି ସ୍ବର୍ଗଦ୍ୱାରରେ ଆତ୍ମୀୟସ୍ବଜନଙ୍କ ଶବଦାହ କରାଇପାରିବେ। କୋଭିଡ୍‌ କଟକଣା ଓ ଜିଲା ପ୍ରଶାସନର ନିର୍ଦ୍ଦେଶନାମା ଅନୁଯାୟୀ ଶବଦାହ କରାଯାଇପାରିବ ଉପଜିଲାପାଳ ଭବତାରଣ ସାହୁ ସୂଚନା ଦେଇଛନ୍ତି। ଅଣକୋଭିଡ୍‌ ବ୍ୟକ୍ତିଙ୍କ ମୃତ୍ୟ ପରେ ତାଙ୍କ ସମ୍ପର୍କୀୟ ଆବଶ୍ୟକ ପ୍ରମାଣପତ୍ର ଓ କାଗଜପତ୍ର ଦେଖାଇ ଶବଦାହ କରିପାରିବେ। ଜଣେ ମୃତକଙ୍କ ସହ ସର୍ବାଧିକ ୧୦ଜଣ ବ୍ୟକ୍ତିଙ୍କୁ ସ୍ବର୍ଗଦ୍ୱାର ପ୍ରବେଶ ଲାଗି ଅନୁମତି ରହିବ। ମାସ୍କ, ସାନିଟାଇଜର ବ୍ୟବହାର ସହ ୨ମିଟରର ସାମାଜିକ ଦୂରତା ଭଳି କଟକଣାକୁ ଲୋକେ ପାଳନ କରିବାକୁ ବାଧ୍ୟ ବୋଲି ଗୁରୁବାର ଜିଲା ପ୍ରଶାସନ ନିର୍ଦ୍ଦେଶନାମା ଜାରି କରିଛି।

Share