Categories: ଖେଳ

ମାତ୍ର ୧ ଟଙ୍କା ଦେଇ ପେଟ ପୂରା ଖାଇଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୧୪।୨: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ କ୍ରିକେଟର୍‌ ତଥା ଭାଜପା ଏମ୍‌ପି ଗୌତମ ଗମ୍ଭୀର ନିଜ ନିର୍ବାଚନ ମଣ୍ଡଳୀରେ ଅନେକ ସାମାଜିକ କଲ୍ୟାଣ କାର୍ଯ୍ୟ କରୁଛନ୍ତି। ନିକଟରେ ସେ ନିଜ ସଂସଦୀୟ କ୍ଷେତ୍ରରେ ଦ୍ୱିତୀୟ ଜନ ରସୋଇ କ୍ୟାଣ୍ଟିନ୍‌ ଆରମ୍ଭ କରିଛନ୍ତି। ଏଠାରେ ମାତ୍ର ଏକ ଟଙ୍କା ଦେଇ ପେଟ ପୂରା ଖାଦ୍ୟ ମିଳୁଛି। ଏହି କ୍ୟାଣ୍ଟିନ୍‌ଟି ଗରିବ ଲୋକଙ୍କ ପାଇଁ ଖୋଲିଛି। ନିକଟରେ ଏହି କ୍ୟାଣ୍ଟିନକୁ ବୁଲିବାକୁ ଆସିଥିଲେ ଭାରତୀୟ କ୍ରିକେଟର୍‌ ପରବିନ୍ଦା ଆଓ୍ବାନା। ଦିଲ୍ଲୀର ନ୍ୟୁ ଅଶୋକ ନଗରରେ ଖୋଲିଥିବା ଏହି କ୍ୟାଣ୍ଟିରେ ସେ ପେଟ ପୂରା ଖାଦ୍ୟ ଖାଇଥିଲେ। ପରେ ସେ ଟୁଇଟର୍‌ରେ ଏହାର ଫଟୋ ମଧ୍ୟ ଶେୟାର କରିଥିଲେ। ଲୋକଙ୍କ ପାଇଁ ଏଭଳି କାର୍ଯ୍ୟକୁ ସେ କରୁତତ୍ବାରୁ ସେ ଗମ୍ଭୀରଙ୍କ ଧନ୍ୟବାଦ ଦେଇଥିଲେ। ସୂଚନାଯୋଗ୍ୟ. ପରବିନ୍ଦର ଭାରତ ପାଇଁ ୨ଟି ଟି-୨୦ ମ୍ୟାଚ୍‌ ଖେଳିଛନ୍ତି। ୨୦୧୨ରେ ଭାରତ ପକ୍ଷରୁ ଡେବ୍ୟୁ କରିଥିଲେ।

Share