Categories: ଖେଳ

୬ ବର୍ଷର ରେକର୍ଡ ଭାଙ୍ଗିଲେ ଏହି କ୍ରିକେଟର୍‌

ଦୁବାଇ,୭।୧୧: ପାକିସ୍ତାନ କ୍ରିକେଟ ଦଳର ତାରକା ଓପନର୍‌ ତଥା ଉଇକେଟ କିପର ମହମ୍ମଦ ରିଜୱାନ ଏକ ବଡ଼ ରେକର୍ଡ କରିଛନ୍ତି। ସେ ସ୍କଟଲ୍ୟାଣ୍ଡ ବିପକ୍ଷରେ ଏକ ବଡ଼ ଇନିଂସ ଖେଳି ନ ପାରି ୧୯ ବଲରେ ୧୫ ରନରେ ଆଉଟ୍‌ ହୋଇଥିଲେ। ଏହା ସତ୍ତ୍ୱେ ସେ ଏକ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ଟି-୨୦ ରନ ସ୍କୋର କରିଥିବା ଖେଳାଳିଙ୍କ ତାଲିକାରେ ଶୀର୍ଷରେ ପହଞ୍ଚିପାରିଛନ୍ତି। ସେ ଏହି ପ୍ରସଙ୍ଗରେ ୱେଷ୍ଟଇଣ୍ଡିଜର କିମ୍ବଦନ୍ତୀ ବିସ୍ଫୋରକ ବ୍ୟାଟ୍ସମ୍ୟାନ କ୍ରିସ ଗେଲଙ୍କ ୬ ବର୍ଷର ରେକର୍ଡ ଭାଙ୍ଗିଛନ୍ତି।
ଶାରଜାଠାରେ ଖେଳାଯାଉଥିବା ଗ୍ରୁପ ବି ମ୍ୟାଚ ରେ ରିଜୱାନ ସ୍କଟଲାଣ୍ଡ ବିପକ୍ଷରେ ଏହି ସଫଳତା ହାସଲ କରିଥିଲେ। ରିଜୱାନ ଚଳିତ ବର୍ଷ ଏପର୍ଯ୍ୟନ୍ତ ୧୬୬୬ ରନ ସ୍କୋର କରିଛନ୍ତି। ୨୦୧୫ ରେ ଗେଲ ୧୬୬୫ ରନ ସ୍କୋର କରିଥିଲେ। ରିଜୱାନ ବର୍ତ୍ତମାନ ଏକ ବର୍ଷରେ ୧୭୦୦ ଟି-୨୦ ରନ ସ୍କୋର କରିବାର ସୁଯୋଗ ପାଇଛନ୍ତି ଏବଂ ଯଦି ସେ ଏହାକୁ ହାସଲ କରିବାରେ ସଫଳ ହୁଅନ୍ତି, ତେବେ ସେ ବିଶ୍ୱର ପ୍ରଥମ ଏବଂ ଏକମାତ୍ର କ୍ରିକେଟର ହେବେ।

ଏକ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ଟି-୨୦ ରନ ସ୍କୋରର୍‌
ମହମ୍ମଦ ରିଜୱାନ: ୧୬୬୬ (୨୦୨୧)
କ୍ରିସ ଗେଲ: ୧୬୬୫(୨୦୧୫)
ବିରାଟ କୋହଲି: ୧୬୧୪ (୨୦୧୬)
ବାବର ଆଜାମ: ୧୬୦୭ (୨୦୧୯)
ଏବି ଡି ଭିଲିୟର୍ସ: ୧୫୮୦ (୨୦୧୯)

Share