କ୍ରିକେଟରେ ପ୍ରତି ମ୍ୟାଚ୍ରେ ରେକର୍ଡ ସୃଷ୍ଟି ହୁଏ ଏବଂ ଭାଙ୍ଗେ ମଧ୍ୟ। କିନ୍ତୁ ଏମିତି କିଛି ରେକର୍ଡ ରହିଛି ଯାହା ଭାଙ୍ଗିବା କଷ୍ଟକର। ଶ୍ରୀଲଙ୍କାର ମହାନ ସ୍ପିନର ମୁଥିୟା ମୁରଲୀଥରନଙ୍କ ୮୦୦ ଟେଷ୍ଟ ଉଇକେଟକୁ କୌଣସି ବୋଲର ଭାଙ୍ଗିବା ସହଜରେ ସମ୍ଭବ ନୁହେଁ। ୨୦୦୮ରେ ମୁରଲୀଧରନ ଭାରତ ବିପକ୍ଷରେ ଏହି କୀର୍ତ୍ତିମାନ କରିଥିଲେ। ୧୩ ବର୍ଷ ପୂର୍ବେ ଆଜି ମୁଥିୟା ମୁରଲୀଥନ ୮୦୦ ଟେଷ୍ଟ ଉଇକେଟ ନେଇ ଇତିହାସ ରଚିଥିଲେ। ତାଙ୍କ ଟେଷ୍ଟ କ୍ୟାରିୟରର ଶେଷ ବଲରେ ମୁରଲୀଥରନ ଗୋଟିଏ ଉଇକେଟ ନେଇଥିଲେ ଏବଂ ଏହା ପରେ କ୍ରିକେଟରୁ ବିଦାୟ ନେଇଥିଲେ। ତାଙ୍କର ୧୮ ବର୍ଷର ଟେଷ୍ଟ କ୍ୟାରିୟରର ଶେଷ ଦିନରେ ମୁରଲୀଥରନ ଭାରତୀୟ ଖେଳାଳି ପ୍ରଜ୍ଞା ଓଝାଙ୍କ ଉଇକେଟ ନେଇ ୮୦୦ ଟେଷ୍ଟ ଉଇକେଟ ନେଇଥିଲେ।
ଶ୍ରୀଲଙ୍କାର କାଣ୍ଡିରେ ଜନ୍ମିତ ମୁରଲିଙ୍କ ପିତା ଏକ ବିସ୍କୁଟ କମ୍ପାନୀରେ କାମ କରୁଥିଲେ। କିନ୍ତୁ ଏହା ସତ୍ତ୍ୱେ ତାଙ୍କ ପୁଅ ବିଶ୍ୱ କ୍ରିକେଟରେ ଏକ ଖ୍ୟାତି ଅର୍ଜନ କରିଥିଲେ। ପିଲାଦିନରୁ ବହୁ କଷ୍ଟ ସହିଥିଲେ ମଧ୍ୟ ଟେଷ୍ଟରେ ମୁରଲୀଥରନ ୮୦୦ ଏବଂ ଦିନିକିଆରେ ୫୩୪ ଉଇକେଟ ନେଇଥିଲେ। ଟି -୨୦ରେ ମଧ୍ୟ ମୁରଲୀଧଥନ ୧୩ ଉଇକେଟ ନେଇଥିଲେ। ଏହିପରି ଭାବରେ ମୁରଲୀଥରନ ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ୧୩୪୭ ଉଇକେଟ ନେଇଥିଲେ।