ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ପ୍ରଥମ ଦୁଇଟି ମ୍ୟାଚରେ ଫ୍ଲପ ହୋଇଥିବା ଅଷ୍ଟ୍ରେଲିଆ ଷ୍ଟିଭ ସ୍ମିଥ ଏହି ସମୟରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ଏକଦିବସୀୟ ସିରିଜରେ ଭାରତ ବିପକ୍ଷରେ ଦୁଇଟି ଶତକ ମାରିଥିବା ସ୍ମିଥ ଭାରତ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚରେ ମାତ୍ର ୧୦ ରନ ସଂଗ୍ରହ କରିଛନ୍ତି, ସେଥିମଧ୍ୟରୁ ସେ ଦୁଇଥର ଶୂନରେ ଆଉଟ୍ ହୋଇଛନ୍ତି। ସ୍ମିଥଙ୍କ ବିଫଳତା ପରେ ତାଙ୍କ ଜୀବନରେ ଏକ ଯନ୍ତ୍ରଣା ସାମ୍ନାକୁ ଆସିଛି। ସେ ଗତ ଚାରିମାସ ଧରି ତାଙ୍କ ସ୍ତ୍ରୀ ଡାନି ୱିଲିସଙ୍କୁ ଭେଟି ନାହାଁନ୍ତି। କ୍ରିକେଟ କାରଣରୁ ଷ୍ଟିଭ ସ୍ମିଥ ତାଙ୍କ ସ୍ତ୍ରୀଙ୍କଠାରୁ ଦୂରରେ ଅଛନ୍ତି। ଷ୍ଟିଭ ସ୍ମିଥ ବାୟୋ ବବଲ ପରିବେଶରେ ରହୁଛନ୍ତି ଏବଂ ସେ ଗତ ଚାରି ମାସ ଧରି ଏଥିରେ ଅଚନ୍ତି। ସେ ଆଇପିଏଲରେ ଦୁଇମାସ ରହିଲେ ଏବଂ ଏହା ପରେ ସେ ଭାରତ ବିପକ୍ଷରେ ଏକଦିବସୀୟ, ଟି-୨୦ ଏବଂ ଏବେ ଟେଷ୍ଟ ସିରିଜ ଖେଳୁଛନ୍ତି। ଡାନି ଏବଂ ଷ୍ଟିଭ ସ୍ମିଥ ମେଲବୋର୍ନରେ ଏକାଠି ନୂଆ ବର୍ଷ ପାଳନ କରିବାକୁ ଯାଉଛନ୍ତି। ଡାନିଙ୍କୁ ସ୍ମିଥଙ୍କ ସହିତ ଦିନେ ରହିବାକୁ ଅନୁମତି ଦିଆଯାଇଛି। ଖ୍ରୀଷ୍ଟମାସ ଅବସରରେ ଡାନି ସିଡନୀରୁ ମେଲବୋର୍ନକୁ ସ୍ମିଥଙ୍କୁ ଭେଟିବାକୁ ଆସିଥିଲେ କିନ୍ତୁ ତାଙ୍କୁ ତାଙ୍କ ତାଙ୍କୁ ଭେଟିବାକୁ ଦିଆଯାଇ ନ ଥିଲା।