Categories: ଖେଳ

ମାତ୍ର ୨୩ ବର୍ଷରେ ଇତିହାସ ରଚିଲେ ଏହି କ୍ରିକେଟର୍‌: ହାସଲ କଲେ ଏମିତି ରେକର୍ଡ

ଚେନ୍ନାଇ,୨୬।୪: ଆଇପିଏଲ୍‌ ୨୦୨୧ରେ ରିଷଭ ପନ୍ତଙ୍କ ନେତୃତ୍ତ୍ୱାଧୀନ ଦିଲ୍ଲୀ କ୍ୟାପିଟାଲ୍ସ ଚମତ୍କାର ପ୍ରଦର୍ଶନ କରୁଛି। ସୁପର ଓଭରରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରି ଦିଲ୍ଲୀ ପଏଣ୍ଟ ଟେବୁଲରେ ଦ୍ୱିତୀୟ ନମ୍ବରରେ ପହଞ୍ଚିଛି। ଦିଲ୍ଲୀର ଏହି ବିଜୟରେ ଅଧିନାୟକ ରିଷଭ ୩୭ ରନ ସଂଗ୍ରହ କରିଥିଲେ ଏବଂ ଏହା ସହ ସେ ଦିଲ୍ଲୀ ପାଇଁ ଇତିହାସ ସୃଷ୍ଟି କରିଥିଲେ। ଆଇପିଏଲ ଇତିହାସରେ ପନ୍ତ ଦିଲ୍ଲୀ ପାଇଁ ସର୍ବାଧିକ ରନ ସ୍କୋରର ହୋଇଛନ୍ତି। ଆହତ କାରଣରୁ ଏହି ସିଜିନରେ ଖେଳୁ ନ ଥିବା ନିୟମିତ ଦିଲ୍ଲୀ ଅଧିନାୟକ ଶ୍ରେୟାସ ଆୟର ଅନୁପସ୍ଥିତିରେ ରିଷଭ ପନ୍ତ ଦିଲ୍ଲୀ କ୍ୟାପିଟାଲ୍ସର ନେତୃତ୍ୱ ନେଉଛନ୍ତି। ୨୩ ବର୍ଷୀୟ ପନ୍ତ ଏବେ ଦିଲ୍ଲୀ ପାଇଁ ୨୨୦୪ ରନ ସଂଗ୍ରହ କରିଛନ୍ତି, ଯେଉଁଥିରେ ତାଙ୍କର ୧୩ଟି ଅର୍ଦ୍ଧଶତକ ଏବଂ ଗୋଟିଏ ଶତକ ରହିଛି । ସେ ୨୦୧୬ରେ ଏହି ଫ୍ରାଞ୍ଚାଇଜ ସହିତ ଜଡିତ ଥିଲେ। ଏହି ସମୟରେ, ଆୟାର୍‌ ଦିଲ୍ଲୀ ପାଇଁ ୨୨୦୦ ରନ ସ୍କୋର କରିଥିଲେ।

Share