Categories: ଖେଳ

ଜନ୍ମଦିନରେ ଏହି କ୍ରିକେଟର୍‌ଙ୍କୁ ମିଳିଲା ବଡ଼ ଉପହାର

କଲମ୍ବୋ,୧୮।୭: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଦିନିକିଆ କଲମ୍ବୋରେ ଆରମ୍ଭ ହୋଇଯାଇଛି। ଏହି ମ୍ୟାଚ୍‌ରେ ଇଶାନ କିଶନ ଏବଂ ସୂର୍ଯ୍ୟ କୁମାର ଯାଦବ ଦିନିକିଆ ଡେବ୍ୟୁ କରିବେ। ଏହା କିଷାନଙ୍କ ପାଇଁ ଏହା ସ୍ବତନ୍ତ୍ର ମ୍ୟାଚ୍‌। କାରଣ ଆଜି ତାଙ୍କର ଜନ୍ମଦିନ। ଜନ୍ମଦିନରେ ତାଙ୍କୁ ଏକ ବଡ଼ ଉପହାର ମିଳିଥିବା ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି। ଏହି ଦୁଇ ଖେଳାଳି ଚଳିତ ବର୍ଷ ମାର୍ଚ୍ଚରେ ଅହମ୍ମଦାବାଦରେ ଇଂଲଣ୍ଡ ବିପକ୍ଷରେ ଟି -୨୦ ଡେବ୍ୟୁ କରିଥିଲେ। ତାଙ୍କର ପ୍ରଥମ ଟି -୨୦ ରେ କିଶନ ଅର୍ଦ୍ଧଶତକ ହାସଲ କରିଥିଲେ। ତେବେ ସୁର୍ଯ୍ୟକୁମାର ସେହି ମ୍ୟାଚରେ ବ୍ୟାଟିଂ କରିବାର ସୁଯୋଗ ପାଇ ନ ଥିଲେ।
ଏହି ମ୍ୟାଚରେ ଶ୍ରୀଲଙ୍କା ଟସ ଜିତିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ବତ୍ତି ନେଇଥିଲା। ଶିଖର ଧାୱନ ପ୍ରଥମ ଥର ପାଇଁ ଟିମ ଇଣ୍ଡିଆ ଅଧିନାୟକ ହୋଇଯାଇଛନ୍ତି। ସେ ଦିନିକିଆ ଅଧିନାୟକ ପଦାର୍ପଣ କରିବାରେ ସବୁଠାରୁ ବୟସ୍କ ଭାରତୀୟ। ଧାୱନଙ୍କ ବୟସ ୩୫ ବର୍ଷ ୨୨୫ ଦିନ। ଟସ ପରେ ସେ କହିଛନ୍ତି ଯେ, ଯଦି ଆମେ ଟସ ଜିତିଥାନ୍ତୁ ତେବେ ଆମେ ପ୍ରଥମେ ବ୍ୟାଟିଂ କରିଥା’ନ୍ତୁ। କାରଣ ପରେ କାକର ଏହାର ପ୍ରଭାବ ଦେଖାଇପାରେ। ପୃଥ୍ବୀ ଶ’ ମୋ ସହ ଇନିଂସ ଓପନ କରିବେ ବୋଲି ଧାଓ୍ବନ କହିଛନ୍ତି। ଇଶାନ କିଶନ ଏବଂ ସୂର୍ଯ୍ୟକୁମାର ନିଜର ଦିନିକିଆ ଡେବ୍ୟୁ କରିବେ। କୁଳଦୀପ ଏବଂ ଚହଲ ମଧ୍ୟ ଖେଳିବେ।

Share