Categories: ଖେଳ

୮୫ ବର୍ଷ ପରେ ଇତିହାସ ଦୋହରାଇଲେ ଏହି କ୍ରିକେଟର୍‌

ବ୍ରିସବେନ,୮।୧୨: ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଆଶେସ ସିରିଜ ଆଜିଠାରୁ ଆରମ୍ଭ ହୋଇଛି। ବ୍ରିସବେନରେ ଇଂଲଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। କିନ୍ତୁ ତାଙ୍କ ନିଷ୍ପତ୍ତିକୁ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ଭୁଲ୍‌ ପ୍ରମାଣିତ କରିଥିଲେ। ସିରିଜର ପ୍ରଥମ ବଲରେ ରୋରି ବର୍ନସଙ୍କୁ ଷ୍ଟାର୍କ ପ୍ୟାଭିଲିୟନର ରାସ୍ତା ଦେଖାଇଥିଲେ। ସେ ଆଶେସ ସିରିଜର ପ୍ରଥମ ବଲରେ ଉଇକେଟ ନେଇଥିବା ଦ୍ୱିତୀୟ ବୋଲର ହୋଇଥିଲେ। ୮୫ ବର୍ଷର ଦୀର୍ଘ ବ୍ୟବଧାନ ପରେ ଷ୍ଟାର୍କ ଏହି ସଫଳତା ହାସଲ କରିଛନ୍ତି।
୧୯୩୬ ରେ ପ୍ରଥମ ଥର ପାଇଁ ଏର୍ନି ମ୍ୟାକକର୍ମିକ ଏହି କରିସ୍ମା କରିଥିଲେ। ସେ ସିରିଜର ପ୍ରଥମ ବଲରେ ଷ୍ଟାନ ୱର୍ଟିଙ୍ଗଟନଙ୍କ ଆଉଟ୍‌ କରିଥିଲେ। ଏହି ମ୍ୟାଚ ବ୍ରିସବେନରେ ମଧ୍ୟ ଖେଳାଯାଇଥିଲା। ସେହି ମ୍ୟାଚରେ ସାର୍‌ ଡନ ବ୍ରାଡମ୍ୟାନ ପ୍ରଥମ ଥର ପାଇଁ ଅଧିନାୟକତ୍ୱ କରିଥିଲେ ଏବଂ ଆଜିର ମ୍ୟାଚରେ ପ୍ୟାଟ କମିନ୍ସ ଅଷ୍ଟ୍ରେଲିଆ ପାଇଁ ପ୍ରଥମ ଥର ପାଇଁ ଅଧିନାୟକତ୍ୱ କରିଥିଲେ।