Categories: ଖେଳ

ଏହି କ୍ରିକେଟର୍‌ କରିଥିଲେ ଏମିତି ରେକର୍ଡ ଯାହା ଆଜିପର୍ଯ୍ୟନ୍ତ ଭାଙ୍ଗିପାରିନାହାନ୍ତି ୨୬୦୮ ଖେଳାଳି

ପାକିସ୍ତାନର ଅଲରାଉଣ୍ଡର ତଥା ପୂର୍ବତନ କ୍ରିକେଟର ସହିଦ ଆଫ୍ରିଦି ଆଜି ତାଙ୍କର ୪୫ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ପାକିସ୍ତାନର ଜଣେ ପ୍ରସିଦ୍ଧ ଖେଳାଳି ଭାବେ ଜଣାଶୁଣା। ଆଜି ମଧ୍ୟ ତାଙ୍କ ନାମରେ ତାଙ୍କର ଏକ ବିଶେଷ ରେକର୍ଡ ରହିଛି, ଯାହା ବିଶ୍ୱ ୨୬୦୦ରୁ ଅଧିକ ଖେଳାଳି ଭାଙ୍ଗି ପାରି ନାହାନ୍ତି। ଆଫ୍ରିଦି ପାକିସ୍ତାନ ପାଇଁ ୫୨୪ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ। ସେ ହେଉଛନ୍ତି ଏକମାତ୍ର ଖେଳାଳି ଯିଏ ଦେଶ ପାଇଁ ୫୦୦ରୁ ଅଧିକ ମ୍ୟାଚ ଖେଳିଛନ୍ତି। ସେ ତାଙ୍କର ପ୍ରଥମ ଏକଦିବସୀୟରେ ଦ୍ରୁତତମ ଏକଦିବସୀୟ ଶତକର ରେକର୍ଡ ସୃଷ୍ଟି କରିଥିଲେ। ଆଫ୍ରିଦି ୩୯୮ଟି ଦିନିକିଆ ଖେଳିଛନ୍ତି। ସେ ଏକଦିବସୀୟରେରେ ୩୫୧ ଛକା ମାରିଛନ୍ତି। ସେ ହେଉଛନ୍ତି ବିଶ୍ୱର ଏକମାତ୍ର ଖେଳାଳି ଯିଏକି ୩୫୦ରୁ ଅଧିକ ଛକା ମାରିଛନ୍ତି। ଏକଦିବସୀୟ କ୍ରିକେଟ ବିଷୟରେ କହିବାକୁ ଗଲେ ଏପର୍ଯ୍ୟନ୍ତ ୨୬୦୮ ଖେଳାଳି ପଡିଆକୁ ଓହ୍ଲାଇଛଛନ୍ତି, କିନ୍ତୁ ଆଫ୍ରିଦିଙ୍କ ରେକର୍ଡରେ କେହି ପହଞ୍ଚି ନାହାଁନ୍ତି। ଓ୍ବେଷ୍ଟଇଣ୍ଡିଜର କ୍ରିସ ଗେଲ ୩୩୧ ଛକା ମାରି ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଗତ ବର୍ଷ ଆଫ୍ରିଦିଙ୍କ ବୟସ ବିବାଦ ସାମ୍ନାକୁ ଆସିଥିଲା। ଆଫ୍ରିଦି ୧୯୯୬ରେ ଅନ୍ତର୍ଜାତୀୟ କ୍ରିକେଟରେ ପ୍ରବେଶ କରିଥିଲେ।

ଆଫ୍ରିଦିଙ୍କ ଡେବ୍ୟୁ ସମୟରେ ତାଙ୍କ ବୟସ ୧୬ ବର୍ଷ ବୋଲି କୁହାଯାଇଥିଲା। ଆଫ୍ରିଦି ତାଙ୍କ ଆତ୍ମଜୀବନୀରେ ଲେଖିଛନ୍ତି ଯେ ଡେବ୍ୟୁ ସମୟରେ ମୋର ବୟସ ୧୬ ନୁହେଁ ବରଂ ୧୯ ବର୍ଷ ହୋଇଥିଲା। ମୁଁ ୧୯୭୫ରେ ଜନ୍ମଗ୍ରହଣ କରିଥିଲି ଆଫ୍ରିଦି ଅନେକଥର ଅବସର ନେଇଥିଲେ ଏବଂ ପରେ ପୁଣି ପଡ଼ିଆକୁ ଫେରିଥିଲେ। ସେ ମେ ୨୦୧୮ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଶେଷ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ। ଏହା ଏକ ଟି -୨୦ମ୍ୟାଚ ଥିଲା। ୧୯୯୮ରେ ଟେଷ୍ଟ ଡେବ୍ୟୁ କରିଥିବା ଆଫ୍ରିଦି ୨୦୦୬ରେ ଅବସର ନେଇଥିଲେ। କିନ୍ତୁ ୨୦୧୦ ମସିହାରେ ସେ ପୁନର୍ବାର ଟେଷ୍ଟ ଦଳକୁ ଫେରିଥିଲେ ଏବଂ ସେ ମଧ୍ୟ ଅଧିନାୟକ ଥିଲେ। ୨୦୧୧ ବିଶ୍ୱକପ ପରେ ମଧ୍ୟ ସେ ଅବସର ଘୋଷଣା କରିଥିଲେ, ମାତ୍ର କିଛି ମାସ ମଧ୍ୟରେ ସେ ଦଳକୁ ଫେରିଥିଲେ। ତା’ପରେ ସେ ୨୦୧୫ ବିଶ୍ୱକପ ଏବଂ ୨୦୧୬ ଟି -୨୦ ବିଶ୍ୱକପ ଖେଳିଥିଲେ।

 

Share