ରୋହିତ ଶର୍ମାଙ୍କୁ ପଛରେ ପକାଇ ବିଶ୍ୱରେକର୍ଡ କଲେ ଏହି କ୍ରିକେଟର୍‌

ଅକଲାଣ୍ଡ,୨୫।୨: ନ୍ୟୁଜିଲାଣ୍ଡ ଓପନର୍‌ ବ୍ୟାଟ୍ସମ୍ୟାନ ମାର୍ଟିନ ଗୁପ୍ତିଲ ଟି-୨୦ରେ ବିଶ୍ୱ ରେକର୍ଡ କରିଛନ୍ତି। ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି -୨୦ରେ ଗୁପ୍ତିଲ ୮ଟି ଛକା ମାରି ଟି-୨୦ର ସର୍ବାଧିକ ଛକା ମାରିଥିବା ଖେଳାଳିଙ୍କ ତାଲିକାର ସର୍ବାଗ୍ରେ ଅଛନ୍ତି। ଗୁପ୍ତିଲଙ୍କ ଇନିଂସ ସହାୟତାରେ ନ୍ୟୁଜିଲାଣ୍ଡ ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜରେ ୨-୧ ଅଗ୍ରଣୀ ହାସଲ କରିଛି।
୯୬ଟି ମ୍ୟାଚରେ ଗୁପ୍ତିଲ ୧୩୨ ଛକା ମାରିଛନ୍ତି। ସେହିପରି ଭାରତୀୟ ଓପନର୍‌ ରୋହିତ ୧୦୮ ମ୍ୟାଚରେ ୧୨୭ ଛକା ମାରିଛନ୍ତି। ଅନ୍ୟ କୌଣସି ଖେଳାଳି ୧୨୦ ଛକା ଛୁଇଁ ନାହାଁନ୍ତି। ଟି-୨୦ରେ ସର୍ବାଧିକ ରନ ମାମଲାରେ ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ପରେ ଗୁପ୍ତିଲ ତୃତୀୟ ସ୍ଥାନରେ ରହିଛନ୍ତି। ୨୯୨୮ ରନ ସହ କୋହଲି ଶୀର୍ଷରେ ଅଛନ୍ତି। ରୋହିତ ୨୭୭୩ ରନ ସହ ଦ୍ୱିତୀୟ ଏବଂ ଗୁପ୍ତିଲ ୨୭୧୮ ରନ ସହ ତୃତୀୟ ସ୍ଥାନରେ ଅଛନ୍ତି।

Share