Categories: ଖେଳ

ପରିବାର ପୋଷିବା ପାଇଁ ଚୋରି କରିଥିଲେ ଏହି ବିସ୍ଫୋରକ କ୍ରିକେଟର୍‌

ଓ୍ବେଷ୍ଟଇଣ୍ଡିଜର ଦୁର୍ଦ୍ଧଷ ବ୍ୟାଟ୍ସମ୍ୟାନ୍‌ କ୍ରିସ୍‌ ଗେଲ କ୍ରିକେଟ ପଡିଆରେ ଅନେକ ରେକର୍ଡ ହାସଲ କରିଛନ୍ତି। ସେ ଓ୍ବେଷ୍ଟଇଣ୍ଡିଜର ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଏକଦିବସୀୟ କ୍ରିକେଟରେ ୨୩ଟି ଶତକ ଲଗାଇଛନ୍ତି। ସେହିପରି ଏକଦିବସୀୟ ମ୍ୟାଚରେ ୩୨୬ଟି ଛକା ମାରିବାର ରେଡର୍କ ବି ତାଙ୍କ ନାଁରେ ରହିଛି। ଆହୁରି ମଧ୍ୟ ଓ୍ବେଷ୍ଟଇଣ୍ଡିଜର ଏକମାତ୍ର ବ୍ୟାଟ୍ସମ୍ୟାନ୍‌ ଭାବେ ସେ ଏକଦିବସୀୟ କ୍ରିକେଟରେ ଦ୍ୱିଶତକ ଅର୍ଜନ କରିଛନ୍ତି। ଖୁବ୍‌ କମ୍‌ ଲୋକ ଜାଣିଥିବେ ଏତେ ସବୁ ରେକର୍ଡର ଅଧିକାରୀ କ୍ରିସ୍‌ ଗେଲ୍‌ଙ୍କୁ ଜୀବନରେ ବହୁ ସଂଘର୍ଷ କରିବାକୁ ପଡିଥିଲା। ପିଲାବେଳେ ମାତାପିତାଙ୍କ ସହ ଏକ ଝୁମ୍ପୁଡି ଘରେ ରହୁଥିଲେ ଗେଲ୍‌। ପରିବାର ପୋଷିବା ପାଇଁ ସେ ରାସ୍ତା କଡକୁ ଅଳିଆ ଉଠାଉଥିଲେ। ଏପରିକି ପେଟ ପୋଷିବା ପାଇଁ ତାଙ୍କୁ ଚୋରି କରିବାକୁ ପଡିଥିଲା ବୋଲି ଗେଲ୍‌ ଏକ ସାକ୍ଷାତକାରରେ କହିଥିଲେ।

Share